STORYMIRROR

Pranati Mahapatra

Others

3  

Pranati Mahapatra

Others

ଯୌବନ କାନ୍ଦୁଛି

ଯୌବନ କାନ୍ଦୁଛି

1 min
362



ଖରା ଛାଇ ପରି ଏପାଖ ଆଲୁଅ

ଆରପାଖେ ଅନ୍ଧକାର,

ଏପାଖେ ଶୈଶବ ସୁଖେ ଡିଆଁ ମାରେ

ଯୌବନ ଜଳେ ଦୁଃଖର।


ସେନେହ ମମତା ଗାଆଁ ମାଟିଧୁଳି

ଜାବୁଡ଼ି ଧରେ ଆଦରେ,

ସେପଟେ ସଂସାର ଜଞ୍ଜାଳ ଜାଲରେ

କାଳକୁ ଜଡାଇ ଧରେ।


ଗିଲିଦଣ୍ଡା ଖେଳ,ସଢେଇରେ ଭାତ

ଚୋର ପୁଲିସର ମଜା,

ଜହ୍ନି ଫୁଲ ଠୋ ଠା, କାକୁଡ଼ି ଫୁଲ

ପିଢାରେ ଗୁଣ୍ଡୁଚି ମୂଷା।


 ଶୈଶବର ସ୍ଵପ୍ନ ବଡ଼ ହେବା ନିଶା

ପୂରଣ ଆଜି ହୋଇଛି,

କଠିନ ଶ୍ରମ ଅଧ୍ୟବସାୟ ବଳେ

ସବୁ କିଛି ମୁଁ ପାଇଛି।


ଭୁଲିନାହିଁ ସିନା ସେଦିନ ମୂହୁର୍ତ୍ତ

ଭାବିବାକୁ ବେଳ ନାହିଁ,

କର୍ତ୍ତବ୍ୟ ଜାଲରେ ଛନ୍ଦା ଛନ୍ଦି ହୋଇ

ଧାଉଁଛି ପଛେ ପକାଇ।


ହୋଇଅଛି ବଡ଼ ବାବୁ ସିନା ଅଛି

ଗାଡ଼ି ଘୋଡା ଟଙ୍କା ସୁନା,

ସେଭଳି ମୂହୁର୍ତ୍ତ ସେକାଳ ମଣିଷ

ହଜିଛି ଆଖି ଆଗରୁ,

ବଲ ବ୍ୟାଟ ଧରି କା ସାଥିରେ ପୁଣି

ଖେଳିବାକୁ ହୁଏ ବାହାର।


 ହାୟ ପାଗଳାମୀ ଇଏ ମୋର

ପୂରଣ କରିଛି ସ୍ଵପ୍ନ ତାଙ୍କର,

ଯୌବନ କାନ୍ଦୁଛି ଶୈଶବ ନିଆଁରେ

ସ୍ମୃତି ସ୍ମରଣେ ତାହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍