STORYMIRROR

Usharani Sahoo

Others

4  

Usharani Sahoo

Others

ଯୈାଥ ପରିବାର

ଯୈାଥ ପରିବାର

1 min
242

କି ସୁନ୍ଦର ଆମ ଯୈାଥ ପରିବାର 

ଲାଗଇ ସତେ ମନ୍ଦିର

ପରସ୍ପର ମଧ୍ୟେ ସ୍ନେହ ଶ୍ରଦ୍ଧା ଭାଵ

ଥାଏ ଯହିଁ ନିରନ୍ତର।


ଏହି ପରିବାର ସଭିଙ୍କ ନିଜର

ସବୁଠୁ ଲାଗେ ନିଆରା

ଜେଜେବାପା ଆମ କରନ୍ତି ଶାସନ

ସଭିଙ୍କଠୁ ମୁଖ୍ୟ ପରା।


ବାପା ମାଆ ସହ ଦାଦା ଖୁଡି ଆଉ

ରହିଥାନ୍ତି ପରିବାରେ

ବଡ଼ ବାପା ବୋଉ ସାଥିରେ ରୁହନ୍ତି

ମନ ଭରେ ଆନନ୍ଦରେ।


ଏକାଠି ଚଳିବା ଏକାଠି ରହିବା

ନ ଥାଏ ମନରେ ଦ୍ୱନ୍ଦ

ଏକତ୍ରିତ ହୋଇ ଭୋଜନ କରଇ

ବଢ଼ିଥାଏ ସ୍ନେହ ଭାଵ।


ଗୁରୁଜନଙ୍କର ଆକଟ ଶାସନ

ସ୍ନେହ ଵୋଳା ମିଠା ଗାଳି

ଭଉଣୀର ସ୍ନେହ ଭାଇର ରଗଡେ

କରିଥାଉ କେତେ ଅଳି।


ବିପଦେ ଆପଦେ ଏକତ୍ର ସମସ୍ତେ

କରିଥାନ୍ତି ସହଯୋଗ

ଏକ ମନ ପ୍ରାଣ ଗୋଟିଏ ଜୀବନ

ନାହିଁ କିଛି ଭେଦଭାବ।


ଗୋଟେ ବଗିଚାର ଆମେ ସବୁ ଫୁଲ

ଵଢିଥାଉ ଯତନରେ

ହସଖୁସି ଭରା ଯୈାଥ ପରିବାର

ଅତୁଟ ରହୁ ସଂସାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍