STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଯାତ୍ରା

ଯାତ୍ରା

1 min
228


ପ୍ରତି ପଥ ଅଟେ ଅଜଣା ଅଶୁଣା

ପାଦ ଥାପିବାକୁ ହୁଏ ଆହିସ୍ତା,

ଭବିଷ୍ୟତ କାଳ ଅଟେ ଅନିଶ୍ଚିତ 

ରୋମାଞ୍ଚକର ଏ ଜୀବନ ଯାତ୍ରା।


ସେପରି ଅଚିହ୍ନା ସଂପୂର୍ଣ୍ଣ ନୂତନ 

କିନ୍ତୁ ସହଯାତ୍ରୀ ପ୍ରତି ବାଟୋଇ,

ଯିଏ ବି ମିଳିବେ ମହା ଯାତ୍ରା ପଥେ

ନିଜ ଲୋକ ତାଙ୍କୁ ନେ କୋଳେଇ।


ସମୟ ବିତିବ ପଥ କଟିଯିବ

ଲାଗିବନି କେବେ ଟିକେ ବି କ୍ଳାନ୍ତି

ପୂର୍ଣ୍ଣାହୁତି ଦେଇ ଜୀବନ ଜଜ୍ଞରେ

ବାହୁଡା ଯାତ୍ରାରେ ଲଭିବୁ ଶାନ୍ତି। 

⭐ଜ୍ଯୋତି ରଂଜନ ଆଚାର୍ଯ୍ୟ⭐


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍