STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଯାଇଛୁ ବୋଲି ତୁ ନାହିଁ ମୋର ଦୁଃଖ

ଯାଇଛୁ ବୋଲି ତୁ ନାହିଁ ମୋର ଦୁଃଖ

1 min
510


ଯାଇଛୁ ବୋଲି ତୁ ନାହିଁ ମୋର ଦୁଃଖ

ଦୁଃଖ ଦେଲୁ ଦୀନ କରି

ଯାହା ଥିଲା ପାଶେ ନେଇଗଲୁ ସବୁ

ଗଲା ମୋର ସବୁ ସରି


ମୋ ବାସ ମହକ ନେଇଛୁ ଚୋରାଇ

ଜୀବନ ଚପଳ ଛନ୍ଦ

କୃଷ୍ଣ ଚୁଡା ଆଉ ଦେଉନାହିଁ ରଙ୍ଗ

ଯାଇଛି ମଧୁପ ଗନ୍ଧ


ଦେଇଛୁ ଜୀବନ ଦୁଃଖ ଯାତନାର

ପ୍ରେମ ପଥ ନିର୍ବାସନ

ନିଦ୍ରା ହେଲା ନାହିଁ ନିଆଁକୁ ଡେଇଁଲି

ନିଆଁ ହେଲା ନିର୍ବାପନ


ତୋ ପାଇଁ ଆଉକେ ସାଜିବ ମୋ ରାଧା

ଆସିବକି ଅବତରି

ଯେତେ ଯାହା ଦେଲେ ଲଜ୍ଜା କି ରହିବ

ଅପମାନ ଅପସରି


ରଖିଛି ମନରେ ଦେଖାହେଲେ କେବେ

ଜୀବନ ଯମୁନା ତୀରେ

ଭସାମେଘ ପରି ଭାସୁଥିବି ଖରେ

ବିରହଠୁ ବହୁଦୂରେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍