ଯାଚନା ପଞ୍ଚକ
ଯାଚନା ପଞ୍ଚକ
1 min
283
ହେ ଆକାଶ ! ତୁମେ ଦିଗନ୍ତ ବିସ୍ତାରି
ବିସ୍ତାରିତ କର ମନ
ଅପସରି ଯାଉ ଜୀବନରୁ ଯେତେ j
ବାଧା, ଦୁଃଖ, ଅପମାନ l
ହେ ପବନ ! କେତେ ସରାଗେ ଛୁଇଁଛ
ବିଲ , ନଈ, ନାଳ, ବନ
ସମଦୃଷ୍ଟି ସାରା ଜଗତକୁ ଦେଇ
ବିତିଯାଉ ଆମ ଦିନ l
ହେ ଅନଳ ! ତୁମେ ଦହିଛ ଆନନ୍ଦେ
ଯିଏ କରେ ପଥରୋଧ
ବିଚଳିତ ନୋହି କର୍ମପଥେ ଗଢୁ
ଆମ ଜୀବନ ସଉଧ l
ଉତ୍ତମ ଦ୍ରାଵକ ଗୁଣ ବହିଅଛୁ
ହେ ଜଳ ! ଜୀବନ ତୁହି
ତୋ ଭଳି ସଭିଙ୍କୁ କରି ଆପଣାର
ପୁଲକିତ ହେଉ ଦେହୀ l
ହେ ସବିତା ! ତୁମ କରର ମହିମା
କେ ଅବା ପାରେ ବଖାଣି ?
ତୁମରି ଆଶିଷ କରୁ ଶକ୍ତିମୟ
ଏତିକି ଆମ ମାଗୁଣି l
