ଉତୁରିଲେ ଚୁଲିକୁ
ଉତୁରିଲେ ଚୁଲିକୁ
ଜଣା ବା ଅଜଣା,
ଇଚ୍ଛା ହେଉ ବା ଅନିଚ୍ଛା,ବ
ଉତୁରିଲେ ଚୁଲିକୁ
ନିଆଁ ଚିଆଁ ବା ଧୂଆଁ
ପୋଡା ଜଳା ନିଶ୍ଚିତ।।
ବୁଝ ବା ନବୁଝ,
ଜ୍ଞାନୀ ହେଉ ବା ମାନୀ,
ପାରହେଲେ ଲକ୍ଷ୍ମଣ ରେଖା
ଅଶୋକ ବନରେ ଶୋକ
ବିଚ୍ଛେଦ ବିଶାଦ ଅବଶ୍ଯ।।
ହୋସ୍ ବା ବେହୋସ୍,
ଆଙ୍କକ୍ଷା ହେଉ ବା ତୃଷ୍ଣା,
କୁଳ ଲଙ୍ଘିଲେ ବନ୍ଯା
ବେଳା ଲଙ୍ଘିଲେ ସୁନାମୀ
ଉଜୁଡେ ସଂସାର
ତାଣ୍ଡବ କରେ ମହାକାଳ।।
ଶୋଷର ଶେଷ ଶ୍ମଶାନରେ
ବେପଥୁ ଇଚ୍ଛାର ଅଭିସାର
ନିଆଁ ଜାଳେ ହରିତ ବନରେ।
କଣ ଲାଭ ଅଣନିଶ୍ବାସୀ ହେବାରେ,
ନିଜକୁ ଡେଁଇ ଆଗକୁ ଦୌଡରେ,
ଉତୁରି ଚୁଲିକୁ ଯିବାରେ ??
ନଦୀ ଧାଉଁ ସ୍ବଚ୍ଛନ୍ଦରେ,
ସମୁଦ୍ର ଛୁଉଁଥାଉ ବେଳା,
ନିୟନ୍ତ୍ରଣରେ ଜଳୁ ନିଆଁ
ଜୀବନ ଥାଉ ସହଜ ସରଳ
ଦୁଃଖ ପରେ ଆସୁ ସୁଖ
ଆଶାରେ ସୁଖ ମଧୁର।।
ଅନୁକୂଳ ପ୍ରତିକୂଳ,
ପ୍ରାପ୍ତି ଅପ୍ରାପ୍ତି,
ଜିତ ବା ହାର
ସବୁ ବୃଥା ମୂଲ୍ଯହୀନ
ବଞ୍ଚିବାର ନାମ ହିଁ ଜୀବନ
ସିସିଫସ୍ ବୋହିଚାଲେ
ଚିରଦିନ ପଥରର ଭାର।।