ଉତୁରି ଯାଉ ମୋ ବତୁରା ସ୍ୱପ୍ନ
ଉତୁରି ଯାଉ ମୋ ବତୁରା ସ୍ୱପ୍ନ
1 min
260
ସ୍ୱପ୍ନ ରେ ତୁମେ ଥାଅ ବୋଲି ମୋର
ସ୍ୱପ୍ନ ରଙ୍ଗୀନ୍ ହୁଏ ।
ସେ ରଙ୍ଗରେ ଭିଜି ନିଜେ ଯାଏ ହଜି
ସାରା ରାତି ପାହିଯାଏ।
ରାତି ବେଶିହେଲେ ଅବଶ ଆଖିରେ
ତନ୍ଦ୍ରା ପିଟଇ ମଥା ।
ହୃଦୟ ବୁଝେନା ଝୁରେ ତୁମବିନା
ଚାପି ମନ ତଳ ବ୍ୟଥା ।
ଅନ୍ଧାର ରାତି ର ସପନ ସମ୍ଭାର
ଖୋଜେ ପ୍ରିୟତମ କୋଳ ।
ପଲକ ପଡେନି ସପନ ସରେନି
ଜଣାପଡେନାହି ବେଳ।
କେତେଥର ଏଇ ସପନ ସହରେ
ବୁଲିଛି ତୁମରି ସାଥେ ।
ପାହାନ୍ତାସପନ ସତହୁଏଯଦି
ଆଯି କାହିଁ ଏକା ଲାଗେ ମତେ।
ଆଖିବୁଜି କେତେ ସପନ ଦେଖିଛି
କେବଳ ତୁମକୁ ନେଇ ।
ଆଜି କାହିଁ ତୁମ ନିଆରା ରୂପଟେ
ସପନେ ଆସେ ଓହ୍ଲାଇ ।
ରଙ୍ଗୀନ ହେଉ କି ହେଉ ବିନା ରଙ୍ଗ
ମୋ ସ୍ୱପ୍ନ ରେ ଥାଅ ରହି ।
ଉତୁରି ଯାଉ ମୋ ବତୁରା ସ୍ୱପ୍ନ
ଆଖିର ପଲକ ଡେଇଁ ।।
