STORYMIRROR

Satyabati Swain

Others

4  

Satyabati Swain

Others

ଉତୁରା ପେଜ

ଉତୁରା ପେଜ

1 min
402


ହୁଁ ସ୍ମୃତି ଗୁଡା ଏମିତି ପା

ଟିକେ ଉଖାରି ହୋଇଗଲେ

ହାବୁକା ହାବୁକା

ନଳ କୂଅ ବସିବା ବେଳର

ପାଇପ ପାଣି ପରି

ବାହାରି ଆସିବ

ବତୁରେଇ ଦେବ ମନ

ଜୀବନ

ଟିକେ ଦରଜ ଦେବ

ମିଠା କିନ୍ତୁ ପାଟିରେ ଗୁଂଜିଦେଵ ପୁଳେ।

କଅଁଳ ଖରାର ଧାସ

ପିଠି କରି ପୁଆଉ ଥିବା ବେଳେ

ଯଦି ହାବୁଡ଼େ ପଡିଗଲା ସେଦିନର ଗୋଟିଏ ଗାମୁଛା ଏମୁଣ୍ଡ ସେ ମୁଣ୍ଡର

ଦୁଇ ବନ୍ଧୁ

ଆଉ କଣ ଥୟ ହେବ

ଏ ଅମାନିଆଁ ହୃଦ

ହୋଇଯିବ ଗଦ ଗଦ

ଛାତି ଚିରି

ବାହାରି ଆସିବ

ଗଲା ଦିନର

ସାଇତା କଥା

ଉତୁରି ପଡିବ ଢ଼ାଙ୍କୁଣୀ

ପେଲି ପେଜ।

ତେଣିକି

ଲେଖି ହେବନି

କେବଳ ଅନୁଭବ

ଭାସୁଥିବେ ଆଖି ଲାପ୍ ଟପ୍ ରେ

ଚାଟୁ ଥିବ ଲଟର ପଟର

ସ୍ୱାଦ ଯୁକ୍ତ ଭାଵ

କେତେ ପଛକୁ ଫେରି ଯାଉଥିବ ମନ

ଶରୀର କିନ୍ତୁ

ଠିଆ ହୋଇଥିବ ବର୍ତ୍ତମାନରେ

ଷ୍ଟାଚ୍ୟୁ ପରି

ଫେରି ପାରୁ ନଥିବ ସ୍ଥୂଳ ଶରୀର

ଫେରୁଥିବ କିନ୍ତୁ

ସୂକ୍ଷ୍ମ ମନ ଆତ୍ମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍