Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

Lipi Sahoo

Others


4.4  

Lipi Sahoo

Others


ଉତ୍ତିଷ୍ଠ

ଉତ୍ତିଷ୍ଠ

1 min 50 1 min 50

ଆଜି ରଚନା ହୋଇଛି ସ୍ୱର୍ଣ୍ଣିମ ଇତିହାସ

କାଳଚକ୍ର ଦେଉଛି କି କିଛି ଗୁପ୍ତ ନିର୍ଦ୍ଦେଶ ????

ପୁନଃ ପ୍ରତିଷ୍ଠା ହେବ କି ରାମରାଜ୍ୟର ??

ଉତ୍ତିଷ୍ଠ ଭବତୁ ଭାରତର ଆହ୍ୱାନ ।।।


ଆର୍ଯ୍ୟାବର୍ତ୍ତର ବୀର୍ଯ୍ୟ, ଶୌର୍ଯ୍ୟ ଆଉ ଧୈର୍ଯ୍ୟ

ବିସ୍ତାରିତ ହେବ କି ଚଉଦ ବ୍ରହ୍ମାଣ୍ଡ ???

ପ୍ରତି ପରମାଣୁରେ ଝଙ୍କୃତ ହେବ ବେଦମନ୍ତ୍ର

ଦେଖୁ ଦେଖୁ ଆସିଯିବ ଋଷିଯୁଗ ।।।।


ପ୍ରସ୍ତୁତ କର ନିଜକୁ ହେବା ପାଇଁ

ବଶିଷ୍ଠ ଶଙ୍କରଙ୍କ ପ୍ରକୃତ ଦାୟାଦ

ଆଜି ବି ବୋହୁଛି ପ୍ରତିଟି ଶୀରା ଧମନୀରେ

ସେହି ମହାପୁରୁଷଙ୍କର ରକ୍ତ ।।।।


ପାଶୋରି ଗଲ କି ହେ ଆର୍ଯ୍ୟଗଣ

ନିଜର ଜାତି ଗୋତ୍ର ବର୍ଣ୍ଣ ପରିଚୟ ????

ସାରା ବିଶ୍ଵ କରେ ଯେବେ ହା ହା କାର

ସଦା ତୁମେ ହିଁ ତ ଶୁଣାଅ ପ୍ରେମର ଓଁକାର ।।।।।


ଏଇ ଦେଖ ବିଶ୍ଵବାସୀ ଫିଟାଇ ନେତ୍ର

 ପ୍ରାଚ୍ୟ ଦିଗବଳୟେ ସିନ୍ଦୂରା ଫାଟି 

 ଆସୁଛି ଉଇଁ ନୂତନ ପ୍ରଭାସ

 ବୁହାଇବା ପାଇଁ ଏକ ଅନନ୍ତ ଚେତନାର ପ୍ରବାହ ।।।।

 


Rate this content
Log in