STORYMIRROR

Alhadini Panigrahi dash

Others

4  

Alhadini Panigrahi dash

Others

ଉଠ ହେ କବର ଭାଙ୍ଗି

ଉଠ ହେ କବର ଭାଙ୍ଗି

1 min
356

ଜାଗ୍ରତ ହୁଅ

ହେ ଶହୀଦ ବୀର

କାଳନିଦ୍ରା ଦିଅ ତେଜି

ଉଠ ହେ କବର ଭାଙ୍ଗି l


ତୁମେ ମୋ ଦେଶର

ସୁଯୋଗ୍ୟ ସନ୍ତାନ

ତୁମକୁ କରିବ

ମୃତ୍ୟୁ ଆଲିଙ୍ଗନ

କାଳ ର ସାହାସ ନାହିଁ

ମୃତ୍ୟୁ ପରର ଜୀବନ ତୁମର

କାଳ କାଳ ଥିବ ଜିଇଁ

ଉଠ ହେ କବର ଭାଙ୍ଗି ।


ଦେହ ସିନା ତୁମ ନଷ୍ଟ ହୋଇଛି

ତୁମେ ନଷ୍ଟ ହୋଇନାହଁ ।

ଜାତିୟ ପତାକା ତୁମକୁ ଘୋଡାଇ

କହୁଛି ଭାରତ ଜୟ

ସେ ପତାକା ସୁରେ ,ସୂର କୁ ମିଶାଇ

ଜୟକାରା ଦେବ ବୋଲି

ଉଠ ହେ କବର ଭାଙ୍ଗି ।


ଫେରିଆସ ତୁମେ ହେ ମରଣଜୟୀ

ଫେରିଯିବା ବେଳ ତୁମ ହୋଇନାହିଁ

ଶତ୍ରୁ କୁ ଉଚିତ ଜବାବ ଦେବାପାଇଁ

ଚାହଁ ଥରେ ଆଖି ମେଲି

ଉଠ ହେ କବର ଭାଙ୍ଗି ।



Rate this content
Log in