STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଉଠ ହେ ଭୀଷ୍ମ

ଉଠ ହେ ଭୀଷ୍ମ

1 min
554




ବର୍ତ୍ତମାନ ପ୍ରତିଜ୍ଞାକୁ ଭାଙ୍ଗିବାର
ଆସିଛି ସମୟ
ପ୍ରତିଜ୍ଞାଠୁ ପ୍ରତିକାର ବେଶି ଲୋଡା
ଏ କଥା ନିଶ୍ଚୟ।

ସେ ଥିଲା ମହା ଭାରତ ଯାର କ୍ଷେତ୍ର
ଥିଲା କୁରୁକ୍ଷେତ୍ର
ଆଜି ବି ମହା ଭାରତ ଯୁଦ୍ଧ କ୍ଷେତ୍ର
ଅଟଇ ସର୍ବତ୍ର।

ନୀର୍ବିରୋଧ ନୀରବତା ମସ୍ତ ବଡ଼ ପାପ
ସମ୍ମୁଖରେ ବସ୍ତ୍ର ହରଣ
ଅନ୍ୟାୟ ଅସୁର କରିଥାଏ ନିତି ନିତି ନ୍ୟାୟ
ବକ୍ଷ ବିଦାରଣ।

ସେ ଦିନର ପିତାମହ ସେ କାଳର
ତାଙ୍କରି ପ୍ରତିଜ୍ଞା
ସେ ଦିନ ବି କିୟଦଂଶେ ଭୁଲ୍ ଥିଲା
ଆଜି ବି ସେ ନୈତିକ ଅବଜ୍ଞା।

ହେ ଆଜିର ଭୀଷ୍ମ ପିତାମହ ମାନେ
ଭାଙ୍ଗିଦେଇ ନୀରବତା
ଧର ଧନୁ କର ଯୁଦ୍ଧ ବିରୋଧରେ
ଅମାନବିକତା।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ, ପୋଖରୀପୁଟ, ଭୂବନେଶ୍ବର


Rate this content
Log in