STORYMIRROR

Yudhisthira Lenka

Others

4  

Yudhisthira Lenka

Others

ଉତ୍କଳମଣି ଜୟନ୍ତୀରେ

ଉତ୍କଳମଣି ଜୟନ୍ତୀରେ

1 min
1.0K


ଉତ୍କଳର ମଣି ହେ ମହାପୁରୁଷ

ତୁମ ଜନ୍ମ ଜୟନ୍ତୀରେ

ଶ୍ରଦ୍ଧାଞ୍ଜଳି ଟିକେ ଜ୍ଞାପନ କରୁଛୁ

ଶତକୋଟି ପ୍ରଣାମରେ ।।୧।।


ତ୍ୟାଗ ଆଦର୍ଶର ଯେଉଁ କୀର୍ତ୍ତିସ୍ତମ୍ଭ

ପୋତିଅଛ ଉତ୍କଳରେ

ସନ୍ଥ ଆଦର୍ଶର ନିଦର୍ଶନ ରୂପେ

ରଟୁଥିବ ଅବନୀରେ ।।୨।।


ଏକାଧାରେ ଥିଲ କବି ଓ ଲେଖକ

ପତ୍ରକାର ପ୍ରାବନ୍ଧିକ

ଦୈନିକ ସମ୍ବାଦପତ୍ର ସମାଜର

ପ୍ରତିଷ୍ଠାତା ସମ୍ପାଦକ ।।୩।।


ପ୍ରତିଷ୍ଠା କରିଲ ସାକ୍ଷୀଗୋପାଳରେ

ସତ୍ୟବାଦୀ(ବନ) ବିଦ୍ୟାଳୟ

ଶିକ୍ଷା ସଂସ୍କାରରେ ସୁଧାର ଆଣିଲ

ସର୍ବଧର୍ମ ସମନ୍ୱୟ ।।୪।।


ଅସୁସ୍ଥ ପୁତ୍ରର ମୋହ ତ୍ୟାଗ କରି

ଛାଡି ଚାଲିଗଲ ଧାଇଁ

ବନ୍ୟା ପ୍ରପୀଡ଼ିତ ବୁଭୁକ୍ଷୁମାନଙ୍କ

ଶତପୁତ୍ର ରକ୍ଷାପାଇଁ ।।୫।।


ପୁତ୍ର ତୁମ ମୃତ୍ୟୁ ମୁଖରେ ପଡିଲା

ତିଳେହେଁ ଦୁଃଖ ନକଲ

ମାନବ ସେବାହିଁ ମାଧବର ସେବା

ଶିଖାଇ ଦେଇକି ଗଲ ।।୬।।


ମାନବିକ ମୂଲ୍ୟବୋଧର ଜୀବନ

ଶିକ୍ଷାରେ ରଖିଲ ଥାଟ

ଶିକ୍ଷା ସଂସ୍କାରର ସେବା ପାଇଁ ପିନ୍ଧି

ଉତ୍କଳମଣି ମୁକୁଟ ।।୭।।


ମାତୃଭୂମି ମାତୃଭାଷାର ମମତା

ତୁମ ହୃଦେ ଥିଲା ଭରି

ଓଡ଼ିଆ ଭାଷାକୁ ହୃଷ୍ଟପୁଷ୍ଟ କଲ

ଗଲ ରୁଦ୍ଧିମନ୍ତ କରି ।।୮।।


ଓଡିଶା ଜାତୀୟ ଆନ୍ଦୋଳନ ପାଇଁ

ପିତା ବୋଲି ଅଭିହିତ

କରିଲେ ତୁମକୁ ସୁଭାଷ ବୋଷଜୀ

ଦେଶପ୍ରେମେ ହୋଇ ମୁଗ୍ଧ ।।୯।।


ଉତ୍କଳମାତାର ପୂଣ୍ୟାତ୍ମା ପୁରୁଷ

ଜଳାଇଛ ଯେଉଁ ଦୀପ

ଉତ୍କଳ ପ୍ରଦେଶେ ଉଜ୍ଜ୍ୱଳ ଆଲୋକେ

ଦେଉଥିବ ସଦା ତାପ ।।୧୦।।




Rate this content
Log in