STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଉତ୍କଳ ମାତା

ଉତ୍କଳ ମାତା

1 min
178

ଉତ୍କଳ ମାତା ତୋ ଚରଣେ କୋଟି ପ୍ରଣତି ମୋହର

ତୋରି ପାଣି ପବନେ ଗଢା ମୋର ଶରୀର

ଉତ୍କଳ ମାତା ତୋତେ ସେବା ନିତି କରିବି

ଉତ୍କଳ ଜନନୀ ତୋ ଗୁଣ ଗାନ ସବୁଠି କରିବି

ତୋରି ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ ନିତି ପୂଜା ପାଉଛନ୍ତି

ବାର ମାସେ ତେର ଯାତ୍ରା ଉତ୍କଳେ କରନ୍ତି

ମୋ ଉତ୍କଳ ମାଟି ପବିତ୍ର ହୋଇଛି

କେତେ ସାଧୁ ସନ୍ଥ ଏଠି ପୂଜା ପାଆନ୍ତି

ଉତ୍କଳ ମାଟିରେ ମହା ନଦୀ ବହି ଯାଉଛି

ଆମ ଧର୍ମ ସଂସ୍କୃତିର ଧ୍ଵଜା ସବୁଠି ଉଡ଼ୁଛି

ରଜ ପର୍ବ ଆମର ନିଆରା ଲାଗୁଛି

ରଜ ଦୋଳିରେ ଓଡ଼ିଆ ଝିଅ ଝୁଲୁଛି

ସବୁ ପର୍ବ ଆମର ଉତ୍ସାହ ଭରି ଦେଉଛି

ଆମ ଭିତରେ ଏକତା ଭାଇଚରା ସେ ଆଣୁଛି

ଗଙ୍ଗା ଠାରୁ ଗୋଦବରି ଆମ ଉତ୍କଳ ବ୍ୟାପି ଥିଲା

ବିଦେଶୀ ଶାସନ ଉତ୍କଳବାସୀଙ୍କୁ ଯାତନା ଦେଲା

ପାଇକ ବିଦ୍ରୋହ ଆମ ଉତ୍କଳେ ଦିନେ ହୋଇଥିଲା

ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁଙ୍କ ସ୍ୱର ଦିନେ ଉଠି ଥିଲା

ମଧୁ ବାବୁ ଆମ ଉତ୍କଳ ସମ୍ମିଳନୀ କରିଥିଲେ

ନିଜ କାବ୍ୟ କବିତାରେ ଜନତା ପ୍ରତି

ଓଡ଼ିଆଙ୍କୁ ଜାଗ୍ରତ କଲେ

ଉଠ ଉଠ ରେ ଉତ୍କଳ ସନ୍ତାନ ଉଠିବୁ 

ତୁ କେତେ ଦିନେ

ପୂରୁବ ଗୌରବ ପଡ଼ୁ ନାହିଁ କିରେ ତୋର ମନେ

ସ୍ଵଭାଵ କବି ଗଙ୍ଗାଧର କବିତାରେ ମାତୃଭାଷାର ମହତ୍ତ୍ୱ ବୁଝାଇଲେ

ନିଜ ମାତୃ ଭୂମି ମାତୃ ଭାଷାକୁ ବଞ୍ଚାଅରେ ଓଡ଼ିଆ ଆହ୍ୱାନ ଦେଲେ

ଏପ୍ରେଲ ପହିଲାରେ ଆମ ଉତ୍କଳ 

ସ୍ଵତନ୍ତ୍ର ପ୍ରଦେଶ ହୋଇଲା

ଭାରତ ମାନଚିତ୍ରରେ ସ୍ଥାନ ସେ ପାଇଲା

ଆମେ ଓଡ଼ିଆ ହୋଇ କେବେ ହାରି ନ ଯିବା

ଆମ ଉତ୍କଳର ଆମ ଭାଷାର ମାନ ରହିବା



Rate this content
Log in