STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
203

ଅର୍ପିଲୁ ଫୁଲକୁ ଆସ୍ଥାନେ ସଜେଇ

ଓହ୍ଲାଇ ଆସ ହେ ତୁମେ

ମଧୁ,ରାୟ ଆଉ ଫକିର ମେହେର

ଆମ ଏ ମରତ ଭୂମେ।


ତୁମ ପାଇଁ ଆଜି ଗର୍ବ ଓ ଗୌରବ

ଯେତେକ ଓଡି଼ଆ ଅଛୁ

ସେ'ପାଇଁ ମିଳିତ ଉଦ୍ଯମରେ ଆମେ

ଆହ୍ବାନ ଆଜି କରୁଛୁ।


ଭାଷା ରକ୍ଷା କରି ଅମର ହୋଇଲ 

ଓଡି଼ଶା ବୁକୁରେ ବୋଲି

ସ୍ମୃତି ରଖିଗଲ ସ୍ବଚ୍ଛାରେ ହେ'ବୀର 

ପ୍ରଣାମ ହୃଦୟୁ ଖୋଲି।


ତୁମ ଇଛା ଆଶା କଲ୍ଯାଣ ପାଇଁକି

ଶୁଭଙ୍କର ଭବିଷ୍ଯତେ

ହେବ ଏ ଓଡି଼ଶା ଦୂଷିତ ହେଲାଣି

ଦିକୁଙ୍କର ହସ୍ତଗତେ।


କୋଟି ଧନ୍ଯବାଦ ଗ୍ରହଣ କରନ୍ତୁ

ମନ ହୃଦୟୁ ଆମର

ସମର୍ପଣ କଲୁ ସତ୍ଯ ଶାନ୍ତି ପାଇଁ

ଏହି ଆମ ଓଡି଼ଶାର।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍