ଉତ୍କଳ ଦିବସ
ଉତ୍କଳ ଦିବସ
ଏକ ଅପ୍ରେଲଟି ଉତ୍କଳ ଦିବସ
ଉତ୍ସାହିତ ହିଁ ଓଡ଼ିଆ
ବିଚ୍ଛନ୍ନାଚଳର ଓଡ଼ିଆ ବି ଖୁସି
ଗର୍ବିତ ଏଠି ଓଡ଼ିଆ।
ରହିଅଛି ଦୁଃଖ ବିଚ୍ଛିନ୍ନ ହେବାର
ରହିଛନ୍ତି ଦୁଃଖ କଷ୍ଟେ
କର୍ମକୁ ଆଦରି କାଳ କାଟୁଛନ୍ତି
ଶିକ୍ଷାର ଘୋର ସଂକଟେ।
ଆମ ରାଜ୍ୟ ଏଠି ନ ଦିଏ ସମ୍ମାନ
ଆମ ଭାଷା ଓଡ଼ିଆର
କୋଡ଼ିଏ ଲକ୍ଷରୁ ଅଧିକ ଓଡ଼ିଆ
ଶିକ୍ଷା ହିଁ ନାହିଁ ଭାଷାର।
ତଥାପି ଗର୍ବିତ ଉତ୍କଳ ଦିବସେ
ଉତ୍କଳ ରକ୍ତ ମିଶ୍ରିତ
ଖୁସିର ଉତ୍ସବ ଗୁଞ୍ଜୁ ଅଛି ଏଠି
ଉତ୍କଳ ଭୂମି ଏହୁତ।
କାଳ କବଳରୁ ବିଚ୍ଛିନ୍ନ ଏହାର
ଥିଲାଟି ଉତ୍କଳ ଭୂମି
କିପରି ଭୁଲିବେ ଉତ୍କଳ ଦିବସ
ଏହୁ ତ ଓଡ଼ିଆ ଭୂମି।
ମଧୁସୂଦନ ଓ ଫକୀର ମୋହନେ
କୋଟି ପ୍ରଣିପାତ ଆମ
ଗୋପବନ୍ଧୁ ଦାସ ଚରଣେ ପ୍ରଣାମ
ଭକ୍ତି ପୁଷ୍ପାଞ୍ଜଳି ଆମ।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ଓଡ଼ିଆ ଭାଇଙ୍କୁ ଆମ
ଦେଶ ବିଦେଶର ଉତ୍କଳ ସନ୍ତାନେ
ହାର୍ଦ୍ଦିକ ଶୁଭେଚ୍ଛା ଆମ।
ଏକ ଅପ୍ରେଲରେ ଉତ୍କଳ ଗଠନ
୧୯୩୬ ମସିହାରେ
ସେହି ଦିନ ଠାରୁ ଉତ୍କଳ ଦିବସ
ପାଳିତଟି ଉତ୍କଳରେ।
ଜଗତ ଠାକୁର ପ୍ରଭୁ ଜଗନ୍ନାଥ
ମହିମା ଗୁଞ୍ଜେ ବିଶ୍ୱରେ
ବଡ଼ଦେଉଳରେ ବିରାଜ ମାନସେ
ଉତ୍କଳର ହିଁ ଭୂମିରେ।
ଓଡ଼ିଆ ପଢିବା ଓଡ଼ିଆ ଲେଖିବ
କହିବା ଭି ଓଡ଼ିଆରେ
ବିଦେଶୀ ଭାଷାକୁ ଆଦର ନକରି
ପଢିବ ମାତୃଭାଷାରେ।
ପ୍ରତିଜ୍ଞା କରିବା ଉତ୍କଳ ଦିବସେ
ରଖିବା ଭାଷା ସମ୍ମାନ
ଗର୍ବିତ କରିବା ଉତ୍କଳ ଭୂମିକୁ
ବିଚ୍ଛିନ୍ନ ଭୂମି ସମ୍ମାନ।
ଗର୍ବିତ କରିବା ରାଷ୍ଟ୍ରକୁ ଆମର
ଆତ୍ମନିର୍ଭରଟି ଯହିଁ
ଆତ୍ମବିଶ୍ୱାସରେ ଗୁଞ୍ଜୁ ଥିବ ଭୂମି
ଭାଷାକୁ ଆଦର ତହିଁ।
