STORYMIRROR

puja pradhan

Children Stories Children

3  

puja pradhan

Children Stories Children

ଉତ୍କଳ ଭୂମି ମୋର

ଉତ୍କଳ ଭୂମି ମୋର

1 min
273

ପୂର୍ଣ୍ଣମୟ ଏଇ ଉତ୍କଳ ମୋର

   ପବିତ୍ର ତାହାର ମାଟି

ମୋ ଜନ୍ମଭୂମି ଲାଗି

   ସଦା ଗର୍ବିତ ମୋର ଛାତି

କେତେ ସେ କବିତା ଲେଖିଗଲେ କବି

    ମୋ ଜନ୍ମଭୂମିକୁ ନେଇ

ଇତିହାସ ପୃଷ୍ଠାରେ ଲେଖା ହୋଇଅଛି

   କେତେ ମହାନର ଗାଥା

ସେ ସବୁ ଶୁଣିଲେ ଗର୍ବରେ

    ନଇଁ ଯାଏ ମୋର ମଥା

ଏହି ଓଡିଶାର ବୀରପୁତ୍ର ମାନେ

    ଦେଇଦେଲେ ପ୍ରାଣ ବଳି

ଖୋର୍ଦ୍ଧା ଗଡ଼ର ବୀରପୁତ୍ର ସେତ

   ଇଂରେଜଙ୍କୁ ଦେଲେ ତଡ଼ି

ଛୋଟ ପିଲା ସେତ ବାଜିରାଉତ

   ବାହାରିଲା ଇଂରେଜ ସହ

    ଲଢ଼ିବାକୁ ଅଣ୍ଟା ଭିଡି

ଉତ୍କଳର ମଣି ତ୍ୟାଗ କରିଥିଲେ

  ଘର ପରିବାର ଏହି ଉତ୍କଳ ପାଇଁ

ମଧୁବାବୁ ଆମ ଓଡିଶାର ଟେକ

   ରଖିଗଲେ କାଳ କାଳ

କେତେ ଯେ ଉତ୍ତର ଦେଲେ ଇଂରେଜଙ୍କୁ

   କଥା ରହିଗଲା କାଳ କାଳକୁ

ତାଙ୍କ ତ୍ୟାଗ ଲାଗି ଏ ଜନ୍ମଭୂମି

     ସଦା ହସେ ନିରନ୍ତର

ଓଡ଼ିଆ ମୁହିଁ, ଓଡିଶା ମୋହର ଜନ୍ମ ଭୁଇଁ

  ଗର୍ବରେ କହେ ଆସ ମୋ ପ୍ରିୟ ଭଉଣୀ, ଭାଇ

ଏକା ସ୍ୱରରେ ଗାଇବା ଗୀତ

 ଆମ ଉତ୍କଳ ପାଇଁ, ଆମ ଉତ୍କଳ ପାଇଁ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍