STORYMIRROR

Samar Ballav Bhoi

Others

3  

Samar Ballav Bhoi

Others

ଉପନ୍ୟାସ

ଉପନ୍ୟାସ

1 min
174


ଲେଖିଥିଲି ତୁମ ପାଇଁ ଏକ ଉପନ୍ୟାସ

ଆଶାର ଅଭିନୟ ଦେଇ

ଭାଙ୍ଗିଗଲା ଜୀବନ

ଗୋଲାପର ରୂପ ନେଇ

ବିଦାୟୀ ଅଭିନେତ୍ରୀ

ହୋଇ ଚାଲିଗଲ

ତୁମ ପ୍ରେମର ଅସୀମ ପଥରେ ପଥିକ ହୋଇ।।

ଦୃଶ୍ୟ ପରେ ଦୃଶ୍ୟ

ଏମିତି ଚାଲିଲା

ନ ଫେରିଲା ତୁମ ଅଭିନୟ

ରଙ୍ଗମଞ୍ଚେ ତୁମର ସ୍ବରୂପ

ଦେଖି ହେଲି ମୁଁ ବିମୁଗ୍ଧ

ଭାବୁଥିଲି ଡାକିବାକୁ

ପ୍ରେମର "ଆଶା" ବୋଲି

ଭାବନା ହେଲା ମୋର ଅତୀତର କଥା

ଫେରିଲି ମୁଁ ନିରାଶା ର ବାସ୍ନାରେ

କାହିଁକି ମୁଁ ଜାଣେନା?

ଶୟନେ ସପନେ ଅବା ଜାଗରଣେ 

କହିଥିଲି କହିବାକୁ କିନ୍ତୁ

ଶୁଖିଗଲା ମୋର ଶାଶ୍ଵତ ଝରଣା

ମିଶିଗଲା ମରୁତଳେ

ହେଲେ ମରୁତରୀ, ଶୁଣେ କି ସେ ଆଉ?

ଅଭିନେତ୍ରୀ ରୂପ ନେଇ

ଉଡିଗଲା ପକ୍ଷୀ, ଭାଙ୍ଗିଗଲା ବସା

ଜୀବନର ଦୁଃଖ ଦେଇ

ଭରିଗଲା ଅସୀମ ଚିନ୍ତାର ଝଡ

ଅଦିନ ଝଡରେ ହେଲି ମୁଁ ଲୀନ

ଜାଣି ନାହିଁ ମୁଁ ସେହି ଉପନ୍ୟାସ 

ଉନ୍ମୋଚନର ଦିନ

ଲେଖିଥିଲି ଉପନ୍ୟାସେ

ଅନେକ ଅଭିନେତ୍ରୀ ଓ ପ୍ରେମିକର

କେତେ ସ୍ୱପ୍ନର ସୌଧ ଓ

ଜୀବନର ଏକ ଅଭିଳାଷର ପୁସ୍ତକ

ରହିଥିଲା ରହିଗଲା

ମୋର ସେହି ଆଶା ଓ ଜୀବନର 

ଉପନ୍ୟାସ।।





 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍