ଉପହାସ
ଉପହାସ
1 min
13.4K
ଦୂର ଜହ୍ନ ଦେଖ ହସି କୁହେ ମତେ
ହୋଇଲକି ବନ୍ଧୁ ଵାଇ,
ଗୋଲାପ ଫୁଲକୁ ଭଲପାଅ କାହିଁ
କଣ୍ଟାର ଆଘାତ ସହି ।।
ଜହ୍ନ ଓ ଗୋଲାପ ଦୁହେଁ ଆନମନା
ଚୋରେଇ ନିଅନ୍ତି ମନ,
ସୁନ୍ଦର ରୂପର ପସରା ମେଲେଇ
ଦେଖାନ୍ତି ମିଛ ସପନ ।।
ଫୁଲ ଫୁଟି ପଛେ ଅକାଳେ ଝଡିବ
ଦୂରୁ ପାଉଥିଵ ଵାସ,
ନିଜର ଭାବିକି ଛୁଇଁବାକୁ ଗଲେ
ପାଖୁଡାରେ କଣ୍ଟା ଵିଷ ।।
ଦୂର ଆକାଶର ଜହ୍ନ ଭଳି ତୁମେ
ମୋ ଠାରୁ ହୋଇଲ ଦୂର,
ଛୁଇଁଵାକୁ ହାତ ଵଢାଇଲେ କାହିଁ
ଲହୁରେ ଭିଜେ ଶରୀର ।।
ଜାଣିଜାଣି କାହିଁ ଗୋଲାପର ପାଇଁ
କଣ୍ଟାରେ ରଖୁଛି ହାତ,
କଣ୍ଟାର ଆଘାତେ ରକ୍ତାକ୍ତ ହେଲଣୀ
ତଥାପି ଗୋଲାପ ମିତ।।
