STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ଉପହାସ

ଉପହାସ

1 min
362

ଚାହିଁଛି ଚାନ୍ଦକୁ ଚୋରା ଚାହାଣିରେ

ଚେନାଏ ଫେରିବ ହସ,

କାଟି ନାଗଫାଶ , ନ ହୋଇ ବିବଶ 

ତେଜି ଦେବ ରାଗ ରୋଷ...।


କଇଁ କଇଁ ଭଜେ କୁହୁଡ଼ି ପରାଏ

କିବା କରିଅଛି ଦୋଷ,

ବିନା ଦୋଷେ ଦୋଷୀ, ମୁରୁକି ସେ ହସି

କାଟି ପାରୁନାହିଁ ଫାସ.....।


ଦୁଇ ଆଖି ଧାରେ ଅନୁତାପ ନୀରେ

ଧରିଛି କେମିତି ବେଶ,

ଅଲାଜୁକ ମନ ହେଉଚି ଉଚ୍ଛନ୍ନ

ଜାଣି ହେଉଛି ବେହୋସ....।


ଚେତନା ଚାତକ ପକ୍ଷୀ ପରି ସାଜି

ଚାହୁଁଛି ମେଣ୍ଟିବ ଶୋଷ,

ଅବଚେତନ ରେ ଅଣଦେଖା ହୋଇ

କାହିଁ ହୁଏ ଉପହାସ...?।


ଭାଗ୍ୟ ମଉସୁମୀ ବହୁଛି ଉଜାଣି

ନିଷେଧ ପ୍ରତି ପ୍ରବେଶ,

ଅଧୋଗମନର ଅଭିଭାଷଣରେ

ମନ୍ତ୍ରମୁଗ୍ଧ ରିଷ୍ଟ କ୍ଲେଶ....। ବିଜୟ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍