STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଉପାସନା

ଉପାସନା

1 min
275


,,,,,,,ଉପାସନା ,,,,,,,,

ଶଶାଙ୍କ ଶେଖର ରାୟ


ଦସ୍ୟୁ ରତ୍ନାକର ପରି ତୁମ ନାମ ଜପିଜପି

ନିରୋଳାରେ ବୁଜିଦେଲେ ଦୁଇ ଆଖି

ଅନ୍ତରେ ଦେଖୁଥାଏ ତୁମ ପ୍ରତିଛବି ।

ଅଦୃଶ୍ୟେ ପୂଜା କରୁଥାଏ ନିରନ୍ତର

ମନକୁ କରି ସୁମନଟିଏ

ସମର୍ପି ଦିଏ ହୃଦୟକୁ ପୂଜାଥାଳି ଭାବି ।

ବିଶ୍ଵ ବ୍ରହ୍ମଣ୍ଡର ଜଡରୁ ଚେତନ

ସବୁ ତ୍ ତୁମରି ଦାନ

କି ଦେଇ ପୂଜିବି ବା ମୁଁ ତୁମକୁ ।

ପବିତ୍ର ମନର ଗଙ୍ଗା ଜଳେ

ଲୁହ ଆଞ୍ଜୁଳିଏ ଆଞ୍ଜୁଳିଏ ତୋଳି

ଟେକୁଥିବି ତୁମ ଦିବ୍ୟ ଆଲୋକ ବର୍ତ୍ତୀକାକୁ ।

ଭବ ସାଗରେ ଜଳେ ଯେବେ

ଦିଗହରା ମୋ ଜୀବନ ଜାହାଜ

ଦେଉଥାଅ ବତୀଘର ସାଜି କୂଳର ସଂକେତ

ତୁମେ ନିର୍ବିକାର ନିରବଦ୍ରଷ୍ଟା

ଦେଖୁଥାଅ ସବୁକିଛି

ବିନା ଅସ୍ତ୍ରେ ଶେଷ କରୁଥାଅ

କେତେ କେତେ ମହାଭାରତ। ।

ମୋ ୭୩୭୭୧୯୭୯୯୯

ବଟରପଡା , ଭାମଣ୍ଡା ରାଜକନିକା


Rate this content
Log in