ଉପାଳଖଣ୍ଡ
ଉପାଳଖଣ୍ଡ
1 min
149
ସାରସ୍ବତ ସାଗରରୁ
ଖୋଜୁଥାଏ ଶବ୍ଦର ମୁକୁତା
ଦରିଦ୍ର କବିଟିଏ
କାଠିକଲମ ସମ୍ପର୍କ ମୋହର
ସେହି ମୋ ନିହାଣ
କାଗଜର ଛାତିରେ ଆଙ୍କିଦେବି
ଶବ୍ଦର ଗୋଲାପ ସ୍ତବକ।
ସାହିତ୍ଯର ବେଳାଭୂମିରୁ
ଖୋଜୁଛି ଉପାଳଖଣ୍ଡ
ରଖିବି ସାଇତି
ଜୀବନର ଶେଷ ପରିଯ୍ଯନ୍ତ।
ତଥାପି
ଚେଷ୍ଟା ମୋର ଅବିରତ
ରହିଥିବ ଜାରି।
ଗୋଟିଏ ଗୋଟିଏ ଶବ୍ଦକୁ
ତୋଳି ମୁଁ ଆଣିବି
ଗୁନ୍ଥିଦେବି ଭାଷାରୂପି
ସାହିତ୍ଯର ମାଳା
ସାଜିବାକୁ ଚାହିଁବି ମୁଁ
ହେବାପାଇଁ ଅନ୍ଯ ଏକ ଧଳମା।
ସାହିତ୍ଯର କୋଣାରକେ
ଛୋଟ ଏକ ଧୂଳିକଣା
ସାଜି ମୁଁ ପାରିଲେ
କଲମ ମୋ
ହୋଇବ ଅକ୍ଷୟ
ଯୁଗଯୁଗ ପାଇଁ।
