STORYMIRROR

Bunee Tripathy

Others

3  

Bunee Tripathy

Others

ଉପାଳଖଣ୍ଡ

ଉପାଳଖଣ୍ଡ

1 min
154

ସାରସ୍ବତ ସାଗରରୁ

ଖୋଜୁଥାଏ ଶବ୍ଦର ମୁକୁତା

ଦରିଦ୍ର କବିଟିଏ

କାଠିକଲମ ସମ୍ପର୍କ ମୋହର

ସେହି ମୋ ନିହାଣ

କାଗଜର ଛାତିରେ ଆଙ୍କିଦେବି

ଶବ୍ଦର ଗୋଲାପ ସ୍ତବକ।

ସାହିତ୍ଯର ବେଳାଭୂମିରୁ

ଖୋଜୁଛି ଉପାଳଖଣ୍ଡ

ରଖିବି ସାଇତି

ଜୀବନର ଶେଷ ପରିଯ୍ଯନ୍ତ।


ତଥାପି

ଚେଷ୍ଟା ମୋର ଅବିରତ

ରହିଥିବ ଜାରି।

ଗୋଟିଏ ଗୋଟିଏ ଶବ୍ଦକୁ

ତୋଳି ମୁଁ ଆଣିବି

ଗୁନ୍ଥିଦେବି ଭାଷାରୂପି

ସାହିତ୍ଯର ମାଳା

ସାଜିବାକୁ ଚାହିଁବି ମୁଁ

ହେବାପାଇଁ ଅନ୍ଯ ଏକ ଧଳମା।


ସାହିତ୍ଯର କୋଣାରକେ

ଛୋଟ ଏକ ଧୂଳିକଣା

ସାଜି ମୁଁ ପାରିଲେ

କଲମ ମୋ

ହୋଇବ ଅକ୍ଷୟ

ଯୁଗଯୁଗ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍