ଉପାଧି
ଉପାଧି
1 min
219
ଭାରି ଲୋଭ
ସିନ୍ଦୁର ଅଳିତା
ଶଙ୍ଖା ସମ୍ପଦକୁ ସାଥେ ନେଇ
ଅହ୍ୟ ଡେଙ୍ଗୁରା ବଜାଇ
ତୁମ ଆଗେ ଏ ସଂସାରୁ
ତୁମଠାରୁ ସବୁଦିନ ପାଇଁ
ବିଦାୟ ନେବାକୁ।
ଖୁବ୍ ଇଛା
ଖଇ କଉଡ଼ି ବିଞ୍ଚି
ତୁମ ହାତେ
ଶଙ୍ଖା, ସିନ୍ଦୁର ,ଅଳିତା ନାଇ
କୋକେଇ ସବାରୀରେ
ତୁମ କାନ୍ଧେ
ସେପାରି ଅତିଥି ସାଜିବାକୁ।
ହେ ଈଶ୍ୱର
ପ୍ରିୟତମ ମୋର
ଏକାନ୍ତ ଇଛାଟିଏ ଏ ମୋର
ଏଇତିକି ସମ୍ପଦ ମୋ
ଭାଗ୍ୟ ହେଉ
ସୌଭାଗ୍ୟ ବତୀ" ଉପାଧି" ଟି
ମୋତେ ପ୍ରାପ୍ତ ହେଉ।
