ଉଣେଇଶରେ ଅନୁଚିନ୍ତା
ଉଣେଇଶରେ ଅନୁଚିନ୍ତା
1 min
336
ଅଠର ପୁରିଲା
ଉଣେଇଶ ହେଲା
କେବେ ହେବୁ ଆଉ ବଡ,
ଅନ୍ତରୀକ୍ଷ ତୋର
ଅପେକ୍ଷା କରିଛି
ଉଡିଯାଏ ତୁ ଛାଡ଼ି ନୀଡ଼।
ପାଦପର ଶାଖା
ନେବାକୁ ପରୀକ୍ଷା
ପବନରେ ଦୋହଲୁଛି,
"ସାହାରା ମାତ୍ର ମୁଁ
ଶିକୁଳି ନୁହଁଇ
ଉଡ୍ଉଡ୍ " କହୁଅଛି।
ଆକାଶ ଅନନ୍ତ
ବାଜ କରେ ଗ୍ରସ୍ତ
ଅହରହ ଉଠେ ଝଡ଼,
ହେଲେ ସମ୍ମୁଖୀନ
ହେବୁ ଶକ୍ତିମାନ
ବାସ୍ତବରେ ହେବୁ ବଡ଼।
© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ
