STORYMIRROR

Sanjya Tripathy

Others

3  

Sanjya Tripathy

Others

ଉକଳୀକା

ଉକଳୀକା

1 min
190


ଉତ୍କଳ ଦିବସ ଆସିଛି

ବିବର୍ଣ୍ଣ ବସନ୍ତର ବିସ୍ତୃତ ଚିତ୍ରପଟରେ

ପୂଞ୍ଜିଭୂତ ଅସନ୍ତୋଷର ବିବାଦୀୟ ଉଦ୍‌ଗୀରଣରେ

ଅବେହେଳା ଓ ଅବିଚାରର ଅଭିନବ ଅଧିଗ୍ରହଣରେ ।।

ଏ ଦିବସ ଆସିଥିଲା

ଆ କା ମା ବୈ ର ସୁମହକ ପରମ୍ପରାରେ

ମାନବବାଦର ଉନ୍ମେଷ ଓ ଉତ୍ତରରେ

ସାଲିସ ବିହୀନ ସଂସ୍କୃତିର ସୁଉଚ୍ଚ ପରାକାଷ୍ଠାରେ ।

ଏପ୍ରିଲ ପହିଲା ଆସିଛି :

ଫଗୁ ପ୍ରଶାସନର ପ୍ରଦୂଷିତ ପଶାପାଲିରେ

କ୍ଲୀବ ନେତୃତ୍ୱର ନିର୍ଲ୍ଲଜ ଆତ୍ମବଡିମାରେ

ସଂତ୍ରସ୍ତ ଜନତାର ସନ୍ଦିଗ୍ଧ ମାନସିକତାରେ ।

ଉତ୍କଳ ଦିବସ ଆସିବ

ପର୍ଯ୍ୟାୟ ପତିତ କଙ୍କାଳର ନବକଳେବରରେ

ନୈତିକ ମୂଲ୍ୟବୋଧର ସମ୍ପ୍ରସାରିତ ସୁରଭିରେ

ପ୍ରକୃତି ଓ ପୁରୁଷର ସୀମାନ୍ତରାଜ ମିଳନରେ ।


Rate this content
Log in