ଉଜୁଡ଼ା ମନ
ଉଜୁଡ଼ା ମନ
1 min
569
ଏମିତି ସପନ କାହିଁକି ଦେଖୁଛୁ
ଭାଙ୍ଗିଯିବ ଦିନେ ମନ
ସାଗର ବେଳାରେ ବାଲିଘର ପରି
କ୍ଷଣିକରେ ହେବ ଲୀନ ।
କେହି ନ ବୁଝିବେ ଅନ୍ତର ବେଦନା
ହେବୁ ତୁ ମଉଳା ଫୁଲ
ଅପସରି ଯିବ ଚୁନା ଚୁନା ଆଶା
ସତେ ଅବା ନିଆଁ ଝୁଲ,
ରାତି ବିତିଯିବ ଶେଜ ପରେ ଚାହିଁ
ଶୁଖିଲା ଭୁଇଁରେ ମୀନ ।
ଗୁମୁରି ଗୁମୁରି ଏକାକୀ କାନ୍ଦିବୁ
ଦେଖା ନ ହେବ ତୋ ଲୁହ
ଅମଡ଼ା ପଥରେ ପଥିକ ସାଜିବୁ
ହଜାଇ ଆପଣା ମୋହ,
ଅଦିନ ବତାସ ନିତି ବରଷିବ
କଣ୍ଟକିତ ହେବ ଜୀବନ ।
