ଉଧୁଳିଆ
ଉଧୁଳିଆ
ଭଲ୍ ପାଏବାର୍ ରେ କାଣା,ଏତେ ତାକତ୍ ଥିସି
ପିଲା,ଟୁକେଲ୍ ପଲାସନ୍ ଉଧୁଳିଆ,
ମାଆ,ବୁଆର୍ ପେରେମ୍ ବିଷ୍ ହେଇ ଜାଏସି
ହେତିର୍ ଲାଗି ପଲସନ୍ କାଏଁ ଉଧୁଳିଆ ?
ଛୁଆ ନୁ ବଡ୍ ହେବାର୍ ତକ୍ ମାଆ,ବୁଆ
ନିଜର୍ ପିଲା,ଟୁକେଲ୍ କେ ପାଇଥିସନ୍ ଭଲ୍,
ତାକର୍ ପେରେମ୍ ରେ କାଣା କମିଥିସି ଯେ
ଉଧୁଳିଆ ଯିବାର ଲାଗି ହେଇ ଜାଏସନ୍ କଲବଲ୍ ?
ଘର୍ ଛାଡିକରି ପିଲା ,ଟୁକେଲ୍, ପ୍ରେମି ଯୁଗଲ୍
ନେଉଥିସନ୍ କେତିନି କେତେ ମଜା,
ନାଇଁ ବୁଝି ପାରତ୍ ମାଆ,ବୁଆର୍ ଦୁଃଖ୍
ପାଉଥିସନ୍ କେତେ ଯେ ସଜା ।
ଭଲ୍ ପାଏବାର୍ ରେ ଯଦି ବହୁତ୍ ତାକତ୍ ଥିସି
ମାଆ,ବୁଆର୍ ପେରେମ୍ କାଏଜେ ହଜି ଜାଏସୀ
ଦୁଇ ଦିନର୍ ଦେଖା,ଚାହାଁ ପିଲା,ଟୁକେଲ୍ ପେରେମ୍
ମାଆ,ବୁଆର୍ ଜୀବନ୍ ବିଷ୍ କରିଦେସି ।
ମାଆ,ବୁଆର୍ ସବୁ ସପନ୍ ମାଟି ମିସି ଗଲା
ପିଲ୍,ଟୁକେଲ୍ ଯେଭେ ଉଧୁଲିଆ ଭାଗ୍'ଲା
କୋଡିଏ,ପଚିଶ୍ ବରଷ୍ ମାଆ,ବୁଆର୍ ପେରେମ୍
ସବୁ କେ କେନ୍ତା ମନୁ ପାସିରି ଦେଲା ?
ମାଆ,ବୁଆ ଲେଖେ ପେରେମ୍ ନାଇଁ ଦେଇପାରେ କେହି
ଯାହାକେ କହେବେ ତାହାକେ ବିହା ହେବ,
ଉଧୁଲିଆ ନାଇଁ ପଲାବ କେହି
ଉଧୁଲିଆ ନାଇଁ ପଲାବ କେହି ।
