Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

5.0  

Prasanna Kumar Madala

Others

ଉଡନ୍ତା ପଲଙ୍କ

ଉଡନ୍ତା ପଲଙ୍କ

1 min
234



ଊର୍ଦ୍ଧ୍ଵ ଆକାଶକୁ     ଚାହୁଁଥିଲି କାଲି

ଅଳିନ୍ଦରେ ହୋଇ ଛିଡା

ଜକେଇ ଆସିଲା     ଲୁହସବୁ ଖାଲି

ଦେଇ ଦୁର୍ଭାବନା ପୀଡା ।

ପବନ ସହିତ      ଯାଉଥିଲି ଭାସି

ବଢେ ଅନ୍ଧକାର ଭାରା

ଆର୍ତ୍ତନାଦ ଶୁଣି     ମିଳିଗଲେ ଆସି

ପାଶେ ମୋ ଅସଂଖ୍ୟ ତାରା ।

ଲୁହାର ଜଞ୍ଜିର      ଧରିଥିଲି ଭିଡି

ଭାଗ୍ୟ ରଖିଥିଲା ଘେରି

ଲହୁଲୁହାଣ ମୁଁ     ହୋଇଥାନ୍ତି ସିଡି

ତଳେ ପଡି ହେଲେ ଡେରି ।

ଅନ୍ଧାର ହିଁ ମୋତେ    ରଖିଥିଲା ଧରି

କାରଣ ଯଦି ପଚାର

ମୋ ଭିତରେ ଯାହା   ରହିଥିଲା ଭରି

ନାହିଁ ତାର ଉପଚାର ।

ପାଇଲି ଝଲକ      ଉଡନ୍ତା ପଲଙ୍କ

ଦିବ୍ୟଲୋକେ ଗଲା ଭାସି

ନିଦ୍ରା ମଗନରେ     ଉଚ୍ଚ ଗଗନରେ

ଦେଖାଦେଲ ତୁମେ ଆସି ।

ସୁଖସ୍ବପ୍ନେ ମଜ୍ଜି    ଆଲୋକରୁ ହଜି

ଅନ୍ଧକାରେ ଗଲ ଧୀରେ

ପୂର୍ବ ସ୍ମୃତି କାହୁଁ     ଆସି ଚାହୁଁ ଚାହୁଁ

ବୁଡାଇଲା ଶୋକନୀରେ ।

ଗଭୀର ନିଦରେ  ଶୋଇଗଲି ଶେଷେ

ନଥିଲା ଉଠିବା ଚିନ୍ତା

ଅବଶ୍ୟ କେତେକ ଦେଖି ଏହି ବେଶେ

ଭାବିଲେ ଜାଳିବେ ଚିତା ।

ଭାବୁଛି ଫେରିବି    ଅଳିନ୍ଦରେ ଏହି

ଯେବେ ହେବ ତୁମେ ଠିଆ

ତୁମ ଛଡା ମୋତେ ଦେଖିବେନି କେହି

ଜଳିଯିବ ତାଙ୍କ ହିଆ ।

ଆସିଛି ପଛରେ     ପୃଥିବୀକୁ ଛାଡି

ନଭେ ପାଦଚିହ୍ନ ସତ

ମନରୁ ତୁମର     ପୋଛିବନି କାଢ଼ି

ଶୁଖିନି ଏଯାଏଁ କ୍ଷତ ।



Rate this content
Log in