STORYMIRROR

Dinesh Meher

Others

4  

Dinesh Meher

Others

ଉଦ୍ଦେଶ୍ୟହୀନ

ଉଦ୍ଦେଶ୍ୟହୀନ

1 min
217

ଚେଇଁ ଉଠିଥିଲି ଯେବେ

ଶତାବ୍ଦୀର ଅନ୍ତିମ ସ୍ପର୍ଶରେ

ଦେଖିଲି ଚଉଦିଗକୁ ଚାହିଁ

ଥିଲି ଉଦ୍ଦେଶ୍ୟହୀନ ପଥରେ।


ବାଟର ବାଟୋଇ ଥିଲି ମୁଁ ଏକା

ଏବେ ବି ଆଦୋରି ଅଛି ସେଇ ପଥକୁ

ଜାଣିନି କେବେ ହାସଲ କରିବି

ମୋହରି ଅନ୍ତିମ ଲକ୍ଷ୍ୟକୁ।


ଚଲାପଥରେ କେତେ କଣ୍ଟକ

ଦାଉ ସାଧୁଛି ପ୍ରତି ମୁହୂର୍ତ୍ତରେ

ଫୁଲ ଚନ୍ଦନ ଭାରିହେବ ବୋଲି

ଭାବୁଛି ପ୍ରଭୁ କୃପା ଲାଭ ଆଶାରେ।


ଆଶା ଆଶା ହେଇ ରହି ଯାଇଛି 

କେତେ ସ୍ୱପ୍ନ ଭାଙ୍ଗି ବଞ୍ଚିଛି

ଦୁନିଆର ସବୁ ଯନ୍ତ୍ରଣାକୁ ଅନେଇ

ପ୍ରତିକ୍ଷଣେ ମରି ମରି ଜିଉଁଛି।


ଯନ୍ତ୍ରଣାର ବହ୍ନିଦୀପରୁ ବାହାରି

ପାଇବାକୁ ଇଚ୍ଛା ହୁଏ ସ୍ନେହର ପରଶ

ସ୍ନେହ, ପ୍ରେମ ଡୋରେ ବାନ୍ଧି ହୋଇ

କରିବାକୁ ହୁଏ ମନ ହରଷ।


ସ୍ନେହ ପରଶେ ସନ୍ତାପିତ ପ୍ରାଣେ

ଭରି ଯାଆନ୍ତା ଜାଡ଼ର ଲହର

ମଧୁର ମିଶ୍ରିତ ତିକ୍ତ ଅନୁଭୂତି

ଅଦୃଶ୍ୟ କରନ୍ତା ସମସ୍ତ କାତର।


ଶତଦଳ ଜାଣେନି ତାହାରି ଅନ୍ତ

କିନ୍ତୁ!

ଚାହୁଁଥାଏ ଦିବାକରକୁ ଦେଇ ମନ

ସେଇ କ୍ଷଣିକ ସୁଖର ସକାଶେ

ମୁଁ ବି ଉଦ୍ଦେଶ୍ୟହୀନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍