STORYMIRROR

Subrat Malik

Others

3  

Subrat Malik

Others

ଉଡାଣ

ଉଡାଣ

1 min
178

ଆଗକୁ ଯିବାକୁ ହେବ

ଭଲ ହେବ ଅତୀତ ଭୁଲିବା 

ବାଟ ଯେବେ ଅଲଗା ଅଲଗା

ଦୋଷାରୋପ କାହିଁକି କରିବା ।।


ତୁମେ ଲୋଡ଼ ଭବିଷ୍ୟତ

ମୁଁ ଚାହେଁ ବର୍ତ୍ତମାନ 

ସମୟର ଦୁଇ ଅଲଗା ସୁଅକୁ

କୁହ ତେବେ 

କାହିଁକି ଯୋଡ଼ିବା ।।


ଅଧାଅଧି ଜୀବନ ତ

ଏମିତିରେ ବିତିଗଲା 

ପରସ୍ପର ମୂଲ୍ୟାୟନେ 

କାହିଁ ନିଜ 

ସମୟ ସାରିବା ।।


ଚାଲ  

ଏବେ ନିଜ ପାଇଁ ବଞ୍ଚିବା ଶିଖିବା

ପରସ୍ପର ହାତ ଛାଡ଼ି

ଲମ୍ବା ଉଡ଼ାଣଟେ ଭରିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍