STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ଉଡା ଚଢ଼େଇ

ଉଡା ଚଢ଼େଇ

1 min
312

କେବଳ ପଥର', ପଥର ଟିଏ ମୁଁ,

ମୋ ପଥ ଯାଇଛି ହଜି,

ଏଠୁ ଲାତ ଖାଇ ସେଠି ଫିଙ୍ଗିହୁଏ,

ମୋର ପଥ ଖୋଜି ଖୋଜି ll


ଅଜଣା ଆୟୁଷ ନେଇମୁଁ ବଞ୍ଚିଛି,

ମୁଁ ପର ରାଇଜର ପକ୍ଷୀ

ଉଡିଉଡି ଯେବେ ପର ଛିଣ୍ଡିଯିବ,

ଉଡିବା ନ ଥିବ ବାକି ll


ଶେଷ ଦୃଶ୍ୟର' ନାଟକ ନାୟକ,

ମଞ୍ଚ ଉପରେ ମୋ ସ୍ଥିତି

ଖଳନାୟକ ମୋ ବାଟ ଜଗିଅଛି,

ଫୁଟାଇ ଦେବାକୁ ଛାତି ll


ସମୟ ଆଦେଶେ'ମାୟା ମିରିଗ ମୁଁ,

କରୁଛି କାଳ ଏ ଖେଳ

ମାୟା ସଞ୍ଚାରିବ,ମିରିଗ ମରିବ,

ଆସିବ ନିର୍ଦେଶ ବେଳ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍