STORYMIRROR

Prasanna Kumar Madala

Others

3  

Prasanna Kumar Madala

Others

ଉଦ୍ଭିଦ ପ୍ରେମ

ଉଦ୍ଭିଦ ପ୍ରେମ

1 min
11.5K

ପ୍ରାଣେ କରି ପୁଷ୍ଟି     କରୁଥାଉ ସୃଷ୍ଟି

ନିୟମିତ ଅମ୍ଳଜାନ

ଅହର୍ନିଶ ଘୋର    ସାଧନା ଏ ତୋର

ଦେଉ କେଡ଼େ ମହାଦାନ ।


ନବିଚାରି ଦୋଷୀ    ସମସ୍ତଙ୍କୁ ତୋଷି

ସ୍ଥାନ ଦେଉ ନିଜ ମୂଳେ

ବିସ୍ତାରି ତୋ କାୟା   ନିରପେକ୍ଷ ଛାୟା

ଯୋଗାଇଛୁ ଜୀବକୁଳେ।


ମଧ୍ୟାହ୍ନରେ ରବି      ତାପ ଅନୁଭବି

ନିଜ ମସ୍ତକରେ ଧରି

ଛାୟାବୃତ ତଳ       ରଖୁ ସୁଶୀତଳ 

ପ୍ରାଣୀହିତ ମନେ ଭରି ।



Rate this content
Log in