STORYMIRROR

Santanu Bisoi

Others

3  

Santanu Bisoi

Others

ଉଚ୍ଚ ନୀଚ

ଉଚ୍ଚ ନୀଚ

1 min
230

ବଡ ସାନ ଆଉ ଉଚ୍ଚ ନୀଚ୍ଚ ଭାବ

ମଣିଷ ଭରେ ସଂସାରେ,

ପୁଅ ଆଉ ଝିଅ ସଭିଏଁ ସମାନ

ପୁଣି ସେ ଚିତ୍କାର କରେ।।


ଅଳିକ ଜୀବନେ ମିଛ ଅହଙ୍କାରେ

ଲଣ୍ଡଭଣ୍ଡ ଏ ଜୀବନ

ଆସିଛି ଲଙ୍ଗଳା, ସାରି ଲୀଳାଖେଳା

ଶୁନ୍ୟେ ହୋଇବ ବିଲୀନ।।


ଉଚ୍ଚା ଉଚ୍ଚା ବୋଲି ଦେଖେଇ ହୁଅନ୍ତି

କେ ନୁହେଁ କାହାଠୁ ଉଚ୍ଚ,

ହୀନମନ୍ୟତା ରଖିଲେ ମନରେ

ଇତର ଦିଶନ୍ତି ନୀଚ୍ଚ।।


ଉଚ୍ଚ ବି ନୁହନ୍ତି, ନୀଚ ବି ନୁହନ୍ତି

କେହି କେବେ କାହାଠାରୁ,

ସମାନ ବି ନୁହେଁ କେ କାହା ସଙ୍ଗରେ

ପାଞ୍ଚ ଆଙ୍ଗୁଳି ଭିତରୁ।।


ସାମାନ୍ୟ ମାନବ ହୁଏ ଅଦ୍ୱିତୀୟ

ଅତୁଳନୀୟ ଏ ଭବେ,

ତୁମେର ବିକଳ୍ପ ତୁମେ ହିଁ କେବଳ

ମୋ' ବିକଳ୍ପ ମୁଁ ଲଭେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍