STORYMIRROR

jagabandhu sahu

Others

3  

jagabandhu sahu

Others

ଉଆଁସୀ କନ୍ଯା

ଉଆଁସୀ କନ୍ଯା

1 min
156

ଅମା ଅନ୍ଧାରର ରୋହିଣୀ ନକ୍ଷତ୍ରେ

   ଜନ୍ମିତ ହୋଇଲେ କନ୍ଯା

ଜୀବନଟା ତାର   ଦୁଃଖର ସାଗର

    ନଥାଏ ଖୁସିର ବନ୍ଯା ।


ସେଇ କନ୍ଯା ଯେବେ ବିବାହିତ ହୁଏ

     ଲାଗଇ କଳଙ୍କ ଦାଗ

ଅଳ୍ପଦିନେ ନାଶ  ସ୍ବାମୀର ଆୟୁଷ

   ଥାଏ ତା ବିଧବା ଯୋଗ ।


କପାଳ ଲେଖିନ କେ କରିବ ଆନ

    ଦୁଃଖରେ ସାରଇ ଦିନ

ଉଆଁସୀ କନ୍ଯାର କପାଳ ଫଟା ଯେ

      ଜୀବନଟା ହିନୀମାନ ।


Rate this content
Log in