STORYMIRROR

Bhagyabanta Mahaling

Others

4  

Bhagyabanta Mahaling

Others

ତ୍ୟାଗୀ ଭୀମ ଭୋଇ

ତ୍ୟାଗୀ ଭୀମ ଭୋଇ

1 min
113

 ବୈଶାଖ ପୂର୍ଣ୍ଣମୀ ତିଥିରେ ଜନ୍ମିଲ 

  ଅଠରଶ ପଚାଶ ରେ 

 ମାତା ଗୁରୁବାରି ପିତା ଯେ ଦନାର

  ରହୀଥିଲ ତାଙ୍କ ଠାରେ।

 ମହିମା ଧର୍ମର ପୁଜ୍ୟ ଆଚାର୍ଯ୍ୟ ହେ 

  ସନ୍ଥ କବି ଭୀମ ଭୋଇ

 ପେଟ ପୋଷିବା ପାଇଁ କର୍ମ ଯେ କରିଲ

 ବନେ ଚରାଇଲ ଗାଈ।

 କଳିଯୁଗେ ବୁଦ୍ଧ ରୂପେ ଜନମି ଲ

 ଧର୍ମ ରକ୍ଷ କରିବା ପାଇଁ

ଶ୍ରୁତିନିଷେଧ ଗୀତ କହିଛି ଏ ଯଥା

 ରହିଅଛି ସାକ୍ଷୀ ହୋଇ।

 ରଚନା କରିଛ କେତେ ଚଉତିଶା

 କେତେ ଯେ ଭଜନ ମାନ

 ଅନ୍ଧ ହେଲେ ବି ଜିଣି ଗଲ ତୁମେ

  ଜ୍ଞନ ବଳେ ଲୋକ ମନ।

 ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

 ସହିତ ପାରିଲ ନାହିଁ

 ନିଜ ଜୀବନକୁ ତ୍ୟାଗ କରିଦେଲ 

 ଜଗତର ହିତ ପାଇଁ।।।

 


Rate this content
Log in