STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ତୂମେ ତ ତାନ୍ତ୍ରିକ

ତୂମେ ତ ତାନ୍ତ୍ରିକ

1 min
226


ମୁଁ ଆସିଛି ହେ ତୁମ ଦୁଆରେ

ଦରଶନ ଦିଅ ଦରଶନ ଦିଅ

ଦେଖିବି ପାପ ଚକ୍ଷୁରେ ।।


ସଂସାର ବନ୍ଧନ

   ମନେପଡେ ନାହିଁ

ଚଉଦିଗେ ତୋର ରୂପ ଝଲସଇ

ମନ ମୋ ତୋ ପାଦପଦ୍ମ ରେ

ମୁଁ ଆସିଛି ହେ ତୁମ ଦୁଆରେ ।।


ବୈନତେୟ ପଛେ

   ହୋଇଛି ଠିଆ ହେ

ଅଧା ଅଧା ମୁହଁ କରୁଛି ବାଇଆ

ସତେ/ପ୍ରାଣ ପକ୍ଷୀ ଉଡିଯାଏ ରେ

ମୁଁ ଆସିଛି ହେ ତୁମ ଦୁଆରେ ।।


ଫାଳେ ଚକା ନେତ୍ର

   କଲାଣି ମୋହିତ

ହୋଇଗଲିଣି ହେ ଭାବେ ବିହ୍ଵଳିତ

ତାନ୍ତ୍ରିକ ର ମନ୍ତ୍ର ପ୍ରକାରେ

ମୁଁ ଆସିଛି ହେ ତୁମ ଦୁଆରେ ।।


ଦୟାଣା, ତୁଳସୀ

  ମାଳର ମହକ

ରତନ ଦୀପରେ କର୍ପୁର ର ଧୂପ

ମନ ପ୍ରାଣ ହଜିଯାଏ ରେ 

ମୁଁ ଆସିଛି ହେ ତୁମ ଦୁଆରେ ।।


ବିଶ୍ଵ କଳାକାର

   ଶ୍ରୀରଙ୍ଗା ଅଧର

ପାପନେତ୍ର ପଥେ ଦର୍ଶନ ତୁମର

ସାହା ହେବେ ଆରପାରି ରେ

ମୁଁ ଆସିଛି ହେ ତୁମ ଦୁଆରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍