STORYMIRROR

Geetanjali Prusty

Others

3  

Geetanjali Prusty

Others

ତୁଠ ପଥର

ତୁଠ ପଥର

1 min
198

ତୁଠ ପଥରଟେ କରିଦିଅ ପ୍ରଭୁ

ନଦୀ ବା ପୋଖରୀ କୂଳେ

କେତେ ଜନ ଆସି ଗାଧୋଇବେ ବସି

ମୋହରି ମସୃଣ କୋଳେ ।


ଘଷିବ କେ ପାଦ କାଚିବ କେ ବସ୍ତ୍ର

ଚିକ୍କଣ ଶରୀରେ ମୋର

ନାନା ରକମର ପରଶେ ମୋ ଦେହ

ହେଇଯିବ ପରିଷ୍କାର ।


ଧୈର୍ଯ୍ୟ ଧରି ସବୁ ସହିବି ଠାକୁରେ

ଏତିକି ଶକତି ଦିଅ

ଆନ ସେବା ଲାଗି ଯାଉ ଏ ଜୀବନ

ସୁପଥରେ ମୋତେ ନିଅ ।


ଛୋଟରୁ ଛୋଟ ମୁଁ ହେବି ଦିନୁ ଦିନ

ଜଳ ସ୍ରୋତ ସହ ମିଶି

ଅନାବିଳ ସେହି ସମ୍ପର୍କ ସୂତ୍ରର

ବନ୍ଧନରେ ହେବି ଖୁସି ।



Rate this content
Log in