ତୁଠ ପାହାଚ
ତୁଠ ପାହାଚ
1 min
232
ତୁଠ ପାହାଚର ନିଦା ପଥର ମୁଁ
ତୁଠରେ ରହିଛି ପଡି,
ମନ ତଳ ଦୁଃଖ ମନରେ ମରୁଛି
କାହାଗେ ପାରୁନି ବାଢି ।0।
ତତଲା ବାଲିରେ ମୁହଁ ପଖାଳେ ମୁଁ
ଗ୍ରୀଷମ ଛୁଇଁଲେ ମାଟି,
ଝାଞ୍ଜି ପବନରେ ପିଠି ସିଝୁଥାଏ
ଖୋଲି ପାରେନାହିଁ ପାଟି ।
କିଏବା ପୋଛିବ ଦୁଇ ଆଖି ତଳୁ
ଲୁହ ଗଲେ ମୋର ଗଡି ।
ତୁଠ ପାହାଚର.....................( ୧)
ଶ୍ରାବଣ ଛୁଇଁଲେ ନଦୀର ପଣତ
ନଦୀହୁଏ ଆନମନା,
ଅଥଳ ନଈର ଢେଉରେ ମୋ ନିଦ
ନିମିଷକେ ହୁଏ ଚୁନା
ଏଇ କଣ ମୋର ଜୀବନର ସୁଖ
ବିଧାତା ଦେଇଛି ଗଢି ।
ତୁଠ ପାହାଚର ................( ୨)
