STORYMIRROR

Tapan Kumar Swain

Others

3  

Tapan Kumar Swain

Others

ତୁଠ ପାହାଚ

ତୁଠ ପାହାଚ

1 min
233


ତୁଠ ପାହାଚର ନିଦା ପଥର ମୁଁ

       ତୁଠରେ ରହିଛି ପଡି,

ମନ ତଳ ଦୁଃଖ ମନରେ ମରୁଛି

      କାହାଗେ ପାରୁନି ବାଢି ।0।


ତତଲା ବାଲିରେ ମୁହଁ ପଖାଳେ ମୁଁ

ଗ୍ରୀଷମ ଛୁଇଁଲେ ମାଟି,

ଝାଞ୍ଜି ପବନରେ ପିଠି ସିଝୁଥାଏ

ଖୋଲି ପାରେନାହିଁ ପାଟି ।

କିଏବା ପୋଛିବ ଦୁଇ ଆଖି ତଳୁ 

ଲୁହ ଗଲେ ମୋର ଗଡି ।


ତୁଠ ପାହାଚର.....................( ୧)


ଶ୍ରାବଣ ଛୁଇଁଲେ ନଦୀର ପଣତ

ନଦୀହୁଏ ଆନମନା,

ଅଥଳ ନଈର ଢେଉରେ ମୋ ନିଦ

ନିମିଷକେ ହୁଏ ଚୁନା 

ଏଇ କଣ ମୋର ଜୀବନର ସୁଖ

ବିଧାତା ଦେଇଛି ଗଢି ।


ତୁଠ ପାହାଚର ................( ୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍