STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ତୁମରି ଗାଁ

ତୁମରି ଗାଁ

1 min
428




ତୁମରି ଗାଁର ଶ୍ୟାମଳ କ୍ଷେତରେ

ନାନାଜାତି ଫୁଲ ଫଳ,

ଧାନ ମୁଗ ବିରି କୋଳଥ ମାଣ୍ଡିଆ

ତାସାଙ୍ଗକୁ ନରିକେଳ ।


କାକୁଡି କଦଳୀ ତରଭୁଜ ଆଉ

ବୋଇତାଳ ମାଳମାଳ,

ଲାଉ ଓ କଖାରୁ ଜହ୍ନିଭେଣ୍ଡି ସାରୁ

ଆବରଯେ କନ୍ଦମୂଳ।


ବିଟ୍ ଗାଜର ଶାଲଗମ୍ ଆଉ

ବନ୍ଧାକୋବି ଫୁଲକୋବି,

ଆଳୁ ବାଇଗଣ ପିଆଜ ରସୁଣ

ଆହାକି ସୁନ୍ଦର ଛବି।


ଟମାଟ ପୋଟଳ କାହିଁ ଶାଗଦଳ

ମନନେଉଥାନ୍ତିହରି,

ସୋରିଷ ବାଦାମ ମୂଳା ଅନୁପମ

ଅତୁଳ ସେ ଶୋଭାଶିରୀ ।


ନିଇତି ସକାଳେ ସେଇକ୍ଷେତମାଳେ

ବୁଲୁଥିଲେ କେତେଆମେ,

ମକାକିଆରୀରେ ଚକାପକାଇକି

ବସିଯାଉଥିଲ ତୁମେ।


ଟିଆମାନେବସି ମକାଖାଉଥିଲେ

ଏ ଗଛ ସେ ଗଛହୋଇ,

କିଚିରି ମଚିରି ଶବଦ ତାଙ୍କର

ମନ ନେଉଥିଲା ମୋହି ।


ଅନିର୍ବଚନୀୟ ଆନନ୍ଦ ଡୋଳାରେ

ଦୋଳୁଥିଲା ଅବା ମନ,

ପ୍ରତେ ହେଉଥିଲା ଜାଗ୍ରତେ ଅବା

ଦେଖୁଥିଲେ ଆମେ ସ୍ବପ୍ନ।

* * *

କୈଳାସ ଚନ୍ଦ୍ର ପାଢୀ। କୁମାରପୁର।

ଭଦ୍ରକ।

==================


Rate this content
Log in