STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ତୁମରି ଗାଁ-୧୮

ତୁମରି ଗାଁ-୧୮

1 min
336




ତୁମରି ଗାଁର ସାଗର ବେଳାରେ

ବସିଥିଲେ ଆମେ ଦିନେ,

ହଜି ଯାଇଥିଲେ ନୃତ୍ୟରତା ସେ

ନୀଳ ଉର୍ମୀର ତାନେ ।


ଆଖି ଲାଖିଥିଲା ଆକାଶ ଯେଉଁଠି

ଛୁଇଁଛି ସାଗର ବୁକୁ,

ଭାବନା ସରିତ ଉଦ୍ ବେଳୁଥିଲା

ସେଇଦୃଶ୍ୟ ଦେଖୁଁଦେଖୁଁ ।


ଜୀବନ ଗୀତାର ଯୌବନ ଗାଥା

ବାଜିଯାଉଥିଲା କାନେ,

ଅଦୃଶ୍ୟେ କିଏ ଶିହରଣ ଅବା

ଭରୁଥିଲା ତନୁମନେ ।


ମୁଗ୍ଧ ନୟନେ ଚାହିଁଲି ତୁମକୁ

ତୁମେବି ଚାହିଁଲ ମୋତେ,

ଦୁଇଟି ଆତ୍ମାର ବିଭୋର ପଣରେ

ଯନ୍ତ୍ରଣା ଥିଲା କେତେ ।


ଆମେ ବସିଥିଲେ ଆମ ଚାରିପାଖେ

ଘୁରୁଥିଲା କେତେ ଆଖି,

ସଂସ୍କାରୀ ଆମେ କୂଳ ଲଙ୍ଘିବା

ଜାତକତ ନାହିଁ ଲେଖି ।


ସମୟତ ଏଣେ ସଂକେତ ଦେଲା

ଉଠହେ ଯୁଗଳ ପ୍ରେମୀ,

ସଂଧ୍ୟା ଆଗତ ହୋଇଲାଣି ଆସି

ବୃଥାରେ ନଯାଅ ଭ୍ରମି ।

* * *

କୈଳାସ ଚନ୍ଦ୍ର ପାଢୀ। କୁମାରପୁର।

ଭଦ୍ରକ।

==================


Rate this content
Log in