ତୁମର ବିବେକ କହିବ
ତୁମର ବିବେକ କହିବ
କେଡେ ସହଜରେ କହିଦେଲ ତୁମେ
ମୋତେ ଭୁଲିଯାଅ ବୋଲି
କେମିତି ଭୁଲିବି ତୁମକୁ ଗୋ ପ୍ରିୟେ
କହିଦିଅ ମନ ଖୋଲି ।
ପ୍ରେମ କରିଅଛି ପ୍ରେମ କରୁଅଛି
ପ୍ରେମ ବି ମୁଁ କରୁଥିବି
ତୁମ ପାଇଁ ସିନା ସହଜ ହୋଇଲା
କେମିତି ଯେ ମୁଁ ଭୁଲିଯିବି ।
ଧନୀ ସାଥିଟିଏ ମିଳିଗଲା ବୋଲି
ମୋ ପ୍ରେମ କୁ ଭୁଲିଗଲ
ଭୁଲିବାର ଯଦି ତୁମ ମନେଥିଲା
ମୋ ମନକୁ କିଆଁ ନେଲ ।
ପ୍ରେମ ବଦଳରେ ପ୍ରେମ ଗୋଟିଏ
ତୁମେ ସିନା ପାଇଗଲ
ମୋର ପ୍ରେମ କୁ ହତାଦର କରି
ମୋତେ ତୁମେ ମାରିଦେଲ ।
ଯେଉଁଠାରେ ଥାଅ ଯେମିତି ବି ଥାଅ
ମୋର କଥା ମନେପଡିବ
ମୁଁ ଯେ ତୁମର ପ୍ରଥମ ପ୍ରେମିକ
ତୁମର ବିବେକ କହିବ ।
