STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ତୁମକୁ ପାଇବା ପରେ

ତୁମକୁ ପାଇବା ପରେ

1 min
403

ତୁମକୁ ପାଇବା ପରେ 

ବେଦୀର ନିଆଁରେ ହୁତ ହୁତ ହୋଇ 

ଜଳିଗଲା ମୋର ମୁତ୍ୱ 


ତମକୁ ପାଇବା ପରେ 

ହାତର ଋଣଝୁଣ ଚୁଡ଼ିର ଶବ୍ଦରେ 

ଲୁଚିଗଲା ମୋର ମୁଁତ୍ୱ 


ତୁମକୁ ପାଇବା ପରେ 

ଲାଲ ଟହଟହ ସିନ୍ଦୂର ଭିତରେ 

ମିଶିଗଲା ମୋ ଦେହର ରକତ 


ତୁମକୁ ପାଇବା ପରେ 

ହଜିଗଲି ବାରବାର ସଂସାର ଭିତରେ

ମାଆ ବୋହୁ ଝିଅ... 

ଆଉ କେତେକେତେ ଉପାଧି ଭିତରେ 

ଯେଉଁଠି ମୁଁ ମୋତେ ଖୋଜି ନାହିଁ 

କେବେହେଲେ କେଉଁଠି ବି ଥରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍