ତୁମେ
ତୁମେ
1 min
13.4K
*ତୁମେ*
ରଙ୍ଗଭରା ଜୀବନକୁ
ଫିକା କଲ ତୁମେ
ବିଶ୍ୱାସକୁ ମୋର ଭାଙ୍ଗି,
ଧୋକା ଦେଲ ତୁମେ ||
ଆଖି ମୋର ଦେଖୁଥିଲା
ସୁନେଲି ସପନ
ଆଜି ତାହା ଏଠି ହୁଏ,
ଲୋତକରେ ପୂର୍ଣ୍ଣ ||
ମୃଗତୃଷ୍ନା ମୋହେ ତାର
ପଛେ ଧାଇଁ ଧାଇଁ
ତୁଚ୍ଛା ଶ୍ରମ କରି ମୁହିଁ,
ହେଲି ଧଇଁ ସଇଁ ||
ଥିଲ ଦିନେ ତୁମେ ମୋର
ଭୂତ ଭବିଷ୍ୟତ
ଆଜି ମନ ହୁଏ ମୋର,
ବିରହେ ବ୍ୟଥିତ ||
ଜୀବନେ ଯା ପାଇବାକୁ
କରିଥିଲି ଆଶା
ସେଇ ଭରିଦେଲା ମୋର,
ଜୀବନେ ନିରାଶା ||
ଭସା ବାଦଲଟେ ପରି
ତୁମେ ଗଲ ଉଡି
ନିଜ ହାତେ ଗଢ଼ିଥିବା,
ମହଲକୁ ଛାଡି ||
ଅମାରାତି ପରି ଏଠି
ସବୁ ଅନ୍ଧକାର
ମୋର ଯେତେ ଆଶା ଥିଲା,
ହେଲା ଛାରଖାର ||
ଅନ୍ତରର ବ୍ୟାକୁଳତା
ନ ବୁଝିଲ ତୁମେ
ମତେ ଅଧା ବାଟେ ଛାଡି,
ଚାଲିଗଲ ତୁମେ ||
*ସତ୍ୟଜିତ ସ୍ୱାଇଁ*
*ଅଡ଼ଶପୁର,କଟକ*
