ତୁମେ
ତୁମେ
ତୁମେ,
ତୁମ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ,
ତୁମକୁ,
ତୁମ ଉତ୍ତରଟା କହିଥିଲା
ତୁମ ଠିକଣାରୁ,
ତୁମେ ଦେଇଥିବା
ତୁମ ପାଖକୁ
ତୁମ ଚିଠିର ଶେଷ ସ୍ତମ୍ଭର,
ତୁମ ନାଁ ଟିକୁ ଖାଲି ।
ତୁମେ ତ, ସଜାଇ ଥିଲ କବରୀକୁଷୁମ,
ତୁମ ସେହି କଳାମେଘି କେଶେ,
ତୁମର ସେ ସ୍ମୃତିର ପାଖୁଡ଼ା,
ତୁମକୁ ଦେଖି ସେ କହେ,,
ତୁମେ ସତେ,
ତୁମ ପାଇଁ କେତେ ଯେ ଲାଜେଇ ।
ତୁମେ, ଚାହିଁଥିଲ
ତୁମ ଅଙ୍କା କଳା ସିଲଟର
ତୁମର ସେ ଚିତ୍ରଲେଖା,
ତୁମ କଳ୍ପନାର ଛବିଟିକୁ,
ତୁମରି ଭିତରେ,
ତୁମେ
ତୁମକୁ ରଙ୍ଗିନ୍ କରିବାକୁ
ତୁମରି ଇଚ୍ଛାରେ ।
ତୁମ ପାଇଁ ତୁମେ,
ତୁମ, ସେଇ ସ୍ୱପ୍ନ ଟିଏ,
ତୁମର ସେ, ଅର୍ଦ୍ଧ ଉନ୍ମିଲନ ତନ୍ଦ୍ରା ପଟ୍ଟଳ ରେ,
ତୁମେ ଦେଖୁଥିବା
ତୁମ ପାଇଁ କିଛି ସ୍ମୃତି,
ତୁମର ସେ, ଶେଷ ଅନୁଭୂତି !
ତୁମେ ପରା,
ଭୂଗୋଳ ର ଶେଷ କେନ୍ଦ୍ରବିନ୍ଦୁ,
ତୁମେ କେବେ ଦେଖିଛ କି
ତୁମ ଟଣା ବିଷୁବରେଖାକୁ !
ତୁମେ ଆଙ୍କିଥିବା,
ତୁମର ସେ
ସୁମେରୁ କୁମେରୁ ରୂପି
ତୁମ ପାର୍ଶ୍ଵ ରେଖା !
ତୁମ ସ୍ନେହେ ତୁମେ ତ ଉଲ୍ଲାସ,
ତଥାପି କାହିଁକି, ଆଜି
ତୁମ ସ୍ମୃତି ସାଥେ,
ତୁମକୁ ଖୋଜୁଛି ସେଇ
ତୁମରି କଳ୍ପନା !
