STORYMIRROR

Kalyani Nanda

Others

4  

Kalyani Nanda

Others

ତୁମେ ଯେ ଉଦିତ ସୂର୍ଯ୍ୟ

ତୁମେ ଯେ ଉଦିତ ସୂର୍ଯ୍ୟ

1 min
271

  


ଉଦିତ ସୂର୍ଯ୍ୟ ସମ ,ହେ ଶିଶୁ,

ତୁମେ ଆଗାମୀ ଦିନର ନୂତନ ଆଲୋକ,

ଯେ ଆଲୋକେ କରିବ ଆଭାମୟ ଏ ଜଗତ,

ତୁମେ କରିବ ନିର୍ଦ୍ଧାରିତ ଏକ ନୂତନ ଲକ୍ଷ୍ୟ ପଥ,

ଯେ ପଥେ ତୁମେ ହେବ ଏକ ନୂତନ ମାଇଲଖୁଣ୍ଟ। 


ବିକଶିତ କଳି ସମ, ହେ ଶିଶୁ,

ତୁମେ ଆଗାମୀ ପ୍ରଭାତେ ନବ ବିକଶିତ ଏକ ପୁଷ୍ପ ,

ସେ ପୁଷ୍ପ ସୁଗନ୍ଧେ ହେବ ଏ ସାରା ଜଗତ ସୁଗନ୍ଧିତ,

ତବ ସ୍ନେହ,ପ୍ରେମ ଡୋରି ରେ ବାନ୍ଧିଦେବ ଏ ସମଗ୍ର ବିଶ୍ବ,

ବସୁଧୈବ କୁଟୁମ୍ବକ ର ସ୍ବପ୍ନ ତୁମେ ହିଁ ତ କରିବ ପୂରଣ।


ନୀଳ ଆକାଶ ହାତ ଠାରି ଡାକେ, ହେ ଶିଶୁ,

ତୁମେ ସେ ଅନନ୍ତ ଆକାଶର ସ୍ବାଧୀନ ବିହଂଗ,

 ଆକାଶର ପରିସୀମା ହେବ ହାତ ମୁଠାରେ ତବ,

ଆଶା,ବିଶ୍ବାସର ଡେଣା ମେଲି ସମସ୍ତ ଗଗନ ମାପି ଚାଲିବ,

ତୁମ ନିଷ୍ପାପ ହସରେ ଜିତି ପାରିବ ଏ ସାରା ସଂସାର।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍