ତୁମେ ଥରେ ଆସନା ପ୍ରିୟ
ତୁମେ ଥରେ ଆସନା ପ୍ରିୟ
1 min
185
ତୁମେ ଥରେ ଆସନା ପ୍ରିୟ
ମୋ ମନ କୁଟୀର ର
ତୁମେ ଦେଇଥିବା ବଂଶୀଦେଖ
ଆଜି ଯାଏଁ ରଖିଛି ସାଇତି
ତୁମେ ତୋଳିଥିବା ମୋ ନାମର ମୂର୍ଛନା
ଗୁଞ୍ଜରିତ ସଦା ବଂଶୀର ଧ୍ୱନିରେ ।
ଥରେ ଆସି ତୋଳିଧରନା କୃଷ୍ଣ
ଆଉଥରେ ବଂଶୀର ସ୍ୱର
ମୁଁ ହଜି ଯିବି
ତୁମର ମନମୋହକ ରୂପରେ
ତୁମର କୋଳରେ ମୁଣ୍ଡ ରଖି ।
ମୁଁ ଭୁଲିଯିବି
ପୃଥିବୀର ଗୋଟିଏ ସତ୍ତାଥିଲି ବୋଲି
ମୁଁ କେବଳ ତୁମକୁ ହିଁ ଦେଖୁଥିବି
ତୁମେ ପରମ ସତ୍ୟ
ମୋ ହୃଦୟର ପରମପୁରୁଷ
ମୁଁ ହିଁ କେବଳ ତୁମର
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି
ହେ ନାଥ ନାରାୟଣ ବାସୁଦେବ ।
