STORYMIRROR

Prasanta kumar Hota

Others

3  

Prasanta kumar Hota

Others

ତୁମେ ପ୍ରଭୁ ସର୍ବବ୍ୟାପ୍ତ

ତୁମେ ପ୍ରଭୁ ସର୍ବବ୍ୟାପ୍ତ

1 min
7.2K



ତୁମେ ପ୍ରଭୁ ସର୍ବ ବ୍ୟାପ୍ତ

ସଚରାଚର ଜଗତ

ଆଲୋକ ଅନ୍ଧାର ଅବା

ସବୁଜ ନିବୁଜ ପ୍ରାନ୍ତ

କାହିଁ ଦୂରୁ ସୂର୍ଯ୍ୟାଲୋକ

ବିଶାଳ ନୀଳ ସାଗର

ରହିଅଛ ସବୁଠାରେ

ହୋଇ ତୁମେ ଅଣାକାର

ତୁମ ସତ୍ତା ସର୍ବ ବ୍ୟାପି

ଜ୍ୟୋତି ତୁମେ ଜ୍ୟୋତିଷ୍କର

ତୁମେ ପ୍ରଭୁ ବାୟୁ ହୋଇ

ବାରବାର ସ୍ପର୍ଶ କର

ତଥାପି ବି ଚିହ୍ନୁ ନାହିଁ

ତୁମକୁ ମୁଁ ହେ ଈଶ୍ୱର

କରିଦିଅ ସମାହିତ

କିବା ଲୋଡା କିଛି ମୋର

ରହିଥିବି ତୁମ ପାଶେ

ପାଉଥିବି ମୋ ଉତ୍ତର

ପାଇଯିବି ସବୁକିଛି

ଅସମାହିତ ପ୍ରଶ୍ନର


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍