STORYMIRROR

Sabita Nayak

Others

4  

Sabita Nayak

Others

ତୁମେ ଫେରିଆସ ଗାନ୍ଧୀ

ତୁମେ ଫେରିଆସ ଗାନ୍ଧୀ

1 min
212

ତୁମେ ଥରେ ଫେରିଆସ ଗାନ୍ଧୀ 

ତୁମେ ଥରେ ଫେରିଆସ ଗାନ୍ଧୀ 

ତୁମରି ସ୍ୱପ୍ନର ଭାରତ 

କେତେଦୂର ସଫଳ ହୋଇଛି?


ଅହିଂସାର ମନ୍ତର ଫୁଙ୍କିଯାଇଥିଲ

ସତ୍ୟାଗ୍ରହ ବଳେ ଇଂରେଜ ଗଲେ

ସତ୍ୟ ଓ ଅହିଂସା ଭୂଲିଗଲେଣି 

ଗୀତା ଛୁଇଁ ମିଛ କହନ୍ତି ଥୋକେ

ଲାଞ୍ଚ ନହେଲେ କାମ ହୁଏନା

ତୁମ ମୁହଁ ଚାହିଁ ଠକନ୍ତି ଲୋକେ।


ଶାନ୍ତି ଶବ୍ଦଟି ହଜିଗଲାଣି

କଥା କଥାରେ ଗୁଳି ବନ୍ଧୁକ

ସ୍ୱରୋଜଗାରକୁ ଭୁଲିଗଲେଣି

ଅନ୍ୟକୁ ଲୁଟିବାରେ ମାହିର ଲୋକ।


ନାରୀର ସମ୍ମାନ ସ୍ଲୋଗାନରେ ଅଛି

ନିତି ଶୁଭେ ନିର୍ଭୟାଙ୍କ ଚିତ୍କାର

ଇତିଶ୍ରୀ କାନ୍ଦୁଛି ପାଉଁଶ ତଳୁ

ନ୍ୟାୟ ପାଇଁ ଧାଏଁ ବାରଦୁଆର।


ଗରିବ ପାଏନା ପେଟକୁ ଦାନା

ଚାଷୀ ଋଣ ଶୁଝି ନପାରି ମରେ

ନୀରବ ବିଜୟ ମାଲ୍ୟା ଦେଶକୁ ଲୁଟନ୍ତି

ସତେ କ'ଣ ଏସବୁ ସହିପାରିବ ତୁମେ ?


ପାଠପଢି ଯୁବା ବେକାର ହୁଏ

ଚାକିରି ନପାଇ ଦାଦନ ଯାଏ

ଦିନକୁ ଦିନ ବଢେ ବେରୋଜଗାର

ଦେଶର ଯୁବା ମନେ ହତାଶ

ଏ କ'ଣ ତୁମ ରାମ ରାଇଜ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍