STORYMIRROR

Sandhya Rani Panigrahy

Others

4  

Sandhya Rani Panigrahy

Others

ତୁମେ ଓ ବିଚିତ୍ର ତୁମ ବନ୍ଧୁତା

ତୁମେ ଓ ବିଚିତ୍ର ତୁମ ବନ୍ଧୁତା

1 min
276

ତୁମ ଆଖିରେ ମୁଁ ଦେଖିପାରେ

ପଥର ମଧ୍ୟରେ ତୋଳିପାରେ

ଦେବତାର ଭାବ ମନ୍ଦିରରେ

ସତରେ ଏବେବି ଲିଭୁନି ବରଷାରେ

ଗୋଲାପ କଣ୍ଟାବିହୀନ ପାଖୁଡାର

କହି ପାରନ୍ତ ତୁମେ କଥା ହୃଦୟର ।

ଭାବିନେଲି ତୁମ ସ୍ବୀକାରୋକ୍ତି ସତ

ଦେଖିନେଲି ତୁମ ଭିନ୍ନ ଚରିତ୍ର

ଗଢିବା ଭିତରେ ଭାଙ୍ଗିବା ଦେଖିଣ

ତଟସ୍ଥ ମୋ ମନର ଅବଶୋଷ ବୃତ୍ତାନ୍ତ ।

ଅନ୍ତରଙ୍ଗ ଆଳାପ ଅବଶିଷ୍ଟ ରଖିଲ

ଏତେ ଚିନ୍ତା ଚକ୍ରାନ୍ତ କେମିତି କରିଲ

ବିଧାତା ବୋଲି କଣ ସତରେ ପଥର

ଜୀବନଟା ଜୀବନ୍ତ ଦଗ୍ଧ ହୋଇଗଲା ଏଥର

ଚଳନ ପ୍ରତିମାର ପୂଜାର୍ଚ୍ଚନା ଅନ୍ତର ବ୍ଯଥିତ ।

ମୁଁ ଖୋଜି ଏଥର ପାଉନି ତୁମ ଭିତର ମଣିଷତ୍ବ୍ୟ

ପଥର ଦେହଟା ପାଷାଣରେ ପରିଣତ ହେଲା

ତୁମ ଲାଗି ଚିରନ୍ତନ ସତ୍ୟ ବାକି ରହିଲା

କୁହୁଡି ଘେରରେ ଝାପସା ଦେଖାଯାଏ

ମୁଁ ବା କେମିତି ଜାଣିବି ଭଗବାନଙ୍କ ସୃଷ୍ଟିଟିଏ

ପ୍ରତିମା ମଧ୍ୟରେ ଜୀବଜଗତର ସଜ୍ଞା ଦିଏ

ସତରେ ବିଶ୍ବାସର ଡୋର ଢିଲା ଏମିତି ଦେଖାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍