STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ତୁମେ ନଥିବା ବେଳେ

ତୁମେ ନଥିବା ବେଳେ

1 min
252


ତୁମେ ନଥିବା ବେଳେ

ମେଞ୍ଚାଏ ସିଗାରେଟ୍ ଧୂଆଁରେ ବନ୍ଦ୍ ଥାଏ

ତମାମ କରୁଣାର ତାରାଭର୍ତ୍ତି ଆକାଶ

କଣ୍ଟକିତ କୋହ ସବୁ

ରାତିର ଛାତି ଚିରି ଆଉଜେଇ ନିଅନ୍ତି

ତତଲା ନିଶ୍ୱାସ..!!


ଫାଶୀଖୁଣ୍ଟରେ ଝୁଲୁଥାଏ

ତୁମ ଆସ୍ଥା ଅନାସ୍ଥା ଗ୍ରନ୍ଥ ପୋଥି ପୁରାଣ

ମୁକ୍ତିମନ୍ତ୍ର ବୋଲିବା ଆଗରୁ ଧରାଶାୟୀ ହେଉଥାନ୍ତି

ଆଖିଭର୍ତ୍ତି ବିପ୍ଳବୀ ଲୁହଙ୍କ ଅବ୍ୟକ୍ତ ପ୍ରଶ୍ନବାଣ..!!


ତୁମେ ନଥିବା ବେଳେ

ବହଳ ଶୂନ୍ୟତାରେ ଭରିଯାଏ ଫଗୁଣ 

ହାହାକାର ଉଷ୍ଣ ଆଲିଙ୍ଗନରେ

ଫୁଲ ସବୁ ଲୋଡୁଥାନ୍ତି ଅଦିନ ମରଣ..!!


ଆଉ ମୁଁ ..!

ହଳେ ସାତସିଆଁ ଡେଣା ପିନ୍ଧି 

ଲଢିବାକୁ ଯୁଝୁଥାଏ

ବଞ୍ଚିତ ବିଶ୍ୱାସ ଆଉ ଶବ୍ଦର କମାଣ..!!


କାହିଁକି ନା 

ଅଭିମାନ କରିବାକୁ ନାହିଁ ମୋ ସାହାସ

ଅବା ନାହିଁ କିଛି ଅଭିଯୋଗ,ଅଳି..!!


ତୁମେ ଈଶ୍ବର..!!

ତୁମେ ପାପ ନିଅ

ପୂଣ୍ୟ ନିଅ

ଲୁହ ନିଅ

ଲହୁ ନିଅ

ନିଅ ପୁଣି ଜହ୍ଲାଦ'ର ପୂଜା ଅର୍ଘ୍ଯଥାଳି..!!


ହେଲେ କାହିଁକି ଯେ

ଯାଦୁଗର ହୃଦୟ ତୁମ

ଟୋପାଏ ପ୍ରେମରେ ମୋର ଯାଏନି ତରଳି..!?

ଅନୁପସ୍ଥିତିରେ ତୁମ ଉପସ୍ଥିତି ଜାହିର କରି ପାରେନି

ଏ ମନର ମହୁଲି ଚଇତାଳି..!?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍