STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତୁମେ ମୋର ମନ ଧନ

ତୁମେ ମୋର ମନ ଧନ

1 min
113

ତୁମେ‌ ମୋ ଜୀବନ,   ତୁମେ ନାରାୟଣ,

ତୁମେ ମୋର ମନ ଧନ,

ତୁମର ଠାକୁର,  ଗୁଣ ତ ଅପାର,

ତୁମେ ତ ବିଶ୍ଵ ଜୀବନ, 

ତୁମେ ମୋ ଜୀବନ   ତୁମେ ନାରାୟଣ

ତୁମେ ମୋର ମନ ଧନ ।।


ତୁମେ ପରା ପୁଣି,       ତୁମେତ ଅପରା ,  

ଆକାର ବି ଅଣାକାର,

ତୁମେ ଦୃଶ୍ୟ ପୁଣି,   ଅଦୃଶ୍ୟ ଦେବତା 

ରୂପ କେତେ ପ୍ରକାର

କେମିତି କହିବି        ତୁମେ ଅଛ ନାହିଁ,

ଅଦଭୁତ ତୁମ ଗୁଣ  

ତୁମେ ମୋ ଜୀବନ     ତୁମେ ନାରାୟଣ

ତୁମେ ମୋର ମନ ଧନ ।।


କେତେ ନାମ ତୁମ,      କି ନାମେ ଭଜିବି 

ଭାବନାର ବହୁ ଦୂରେ,

ମୋ ଭାବ ସୀମିତ,      ଅସୀମ ତୁମେତ 

ଅନନ୍ତ ଭବ ସାଗର 

ତୁମେ ଦୁଃଖୀ ସଖା   ମୋ ପ୍ରଣ ନଉକା 

ଫିଟାଅ ଭବ ବନ୍ଧନ 

ତୁମେ ମୋ ଜୀବନ   ତୁମେ ନାରାୟଣ

ତୁମେ ମୋର ମନ ଧନ ।।


ପରା ଅପରାର    ଦୃଶ୍ୟ ଅଦୃଶ୍ୟ ରେ 

ଆକାର ବା ଅଣାକାର

ନାମ କି ଅନାମ    ଅସୀମ ସସୀମ 

ଉର୍ଦ୍ଧେ ଶୂନ୍ୟ ପରକାର

ପାଳୁଛ ଜଗତ    ମୋ ପ୍ରାଣ ସଙ୍ଗାତ 

ଘେନ ନିସ୍ଵ ନିବେଦନ 

ତୁମେ ମୋ ଜୀବନ   ତୁମେ ନାରାୟଣ

ତୁମେ ମୋର ମନ ଧନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍